ରାଷ୍ଟ୍ରବାଦକୁ ନେଇ ପୂର୍ବତନ ଉପରାଷ୍ଟ୍ରପତି ହମିଦ୍ ଅନସାରୀଙ୍କ ବିବାଦୀୟ ବୟାନ, ଶିୟା ଧର୍ମଗୁରୁଙ୍କ ବିରୋଧ

1 min read
Former Vice President Hamid Ansari Controversial Statement Over Nationalism Issue

ନୂଆଦିଲ୍ଲୀ: ବୟାନକୁ ନେଇ ପୁଣି ବିବାଦରେ ପୂର୍ବତନ ସାଂସଦ ହମିଦ ଅନସାରୀ । ସେ ରାଷ୍ଟ୍ରବାଦକୁ ଏକ ରୋଗ ବୋଲି କହିଛନ୍ତି । ଶଶୀ ଥରୁରଙ୍କ ନୂଆ ପୁସ୍ତକ ‘ଦ ବ୍ୟାଟେଲ୍ ଅଫ୍ ବିଲୋଙ୍ଗିଙ୍ଗ’ର ଉନ୍ମୋଚନରେ ଏହି କଥା କହିଛନ୍ତି ଅନସାରୀ । ଏବେ ଦେଶ ଏକ ଅନାବଶ୍ୟକ ଉଗ୍ର ଜାତୀୟତାବାଦ ଅଥବା ରାଷ୍ଟ୍ରବାଦ ଆଡ଼କୁ ମୁହାଁଇଛି । ଯାହା ଦେଶ ସ୍ୱାର୍ଥରେ ନୁହେଁ । ରୁଢ଼ିବାଦୀ ବିଚାରଧାରାର ପ୍ରଭାବ ଦେଶରେ ସକ୍ରିୟ ହୋଇଥିବା ବେଳେ କାଳ୍ପନିକ ମନୋଭାବକୁ କ୍ରମାଗତ ଭାବେ ପ୍ରୋତ୍ସାହନ ମିଳୁଛି । ଶ୍ରେଣୀ କିମ୍ବା ପ୍ରଭେଦ କିଛି ବି ହେଉନା କାହିଁକି ମଣିଷ ମଣିଷ ମଧ୍ୟରେ ଦୂରତ୍ୱ ସୃଷ୍ଟି କରିବାର ଯେଉଁ ପ୍ରୟାସ ହେଉଛି ତାହା ଅନୁଚିତ୍ ।

Former Vice President Hamid Ansari Controversial Statement Over Nationalism Issue

କରୋନା ଭାଇରସ୍ ସଂକଟ ପୂର୍ବରୁ ଭାରତ ଅନ୍ୟ ୨ଟି ମହାମାରୀ ‘ଧାର୍ମିକ ଉଗ୍ରବାଦୀତା’ ଓ ‘ଆକ୍ରାମକ ରାଷ୍ଟ୍ରବାଦ’ର ଶିକାର ହୋଇ ସାରିଛି । ଧାର୍ମିକ ଉଗ୍ରବାଦୀତା ପାଇଁ ସରକାରଙ୍କ ସହିତ ସମାଜର ଅପବ୍ୟବହାର କରାଯାଉଛି । ଆକ୍ରାମକ ରାଷ୍ଟ୍ରବାଦ ନେଇ ବହୁତ କିଛି ଲେଖାଯାଇଛି । ଏହାକୁ ବିଚାରର ବିଷ କୁହାଯାଉଛି । ଆକ୍ରାମକ ରାଷ୍ଟ୍ରବାଦ ବେଳେ କୌଣସି ବ୍ୟକ୍ତିର ଅଧିକାର କଥା ଚିନ୍ତା କରାଯାଏ ନାହିଁ । ବଂର ସେଥିରେ ବ୍ୟକ୍ତି ଅଧିକାରକୁ କ୍ଷୂର୍ଣ୍ଣ କରାଯାଇଥାଏ ।

ଦୁନିଆବ୍ୟାପୀ ରେକର୍ଡକୁ ଦେଖିଲେ ଏହା ଅନେକ ସମୟରେ ଘୃଣା ଭଳି ଲାଗେ । ବ୍ୟାପକ ବିଚାରଧାରା ରୂପରେ ପ୍ରତିଶୋଧ ପାଇଁ ପ୍ରେରିତ କରେ । ଏହାର କିଛି ଅଂଶ ଆମ ଦେଶରେ ଦେଖାଯାଉଛି । ଅନସାରୀ କହିଛନ୍ତି- ଏହାର କିଛି ଅଂଶ ଆମ ଦେଶରେ ବି ଦେଖାଯାଉଛି । ଦେଶଭକ୍ତିକୁ ନେଇ ଗୋଟିଏରୁ ଅଧିକ ଉଦାହରଣ ରହିଛି । ସୈନ୍ୟ ଓ ସାଂସ୍କୃତିକ ଉଭୟ ରକ୍ଷାତ୍ମକ ଓ ଆଦର୍ଶ ଭାବନାକୁ ପ୍ରେରିତ କରେ ।

Former Vice President Hamid Ansari Controversial Statement Over Nationalism Issue

ସୂଚନାଯୋଗ୍ୟ- ଶଶୀ ଥରୁରଙ୍କ ପୁସ୍ତକ ‘ଦ ବ୍ୟାଟେଲ୍ ଅଫ୍ ବିଲୋଙ୍ଗିଙ୍ଗ’କୁ ନେଇ ‘ହିନ୍ଦୁତ୍ୱ ସିନ୍ଧାନ୍ତ’ ଓ ନାଗରିକତା ସଂଶୋଧନ ଆଇନ୍ ଉପରେ ପ୍ରଶ୍ନ ଉଠାଇଛନ୍ତି । ତାଙ୍କ କହିବା ଅନୁଯାୟୀ- ଦୁଇଟି ଜିନିଷ ଭାରତୀୟ ହେବା ଉପରେ ପ୍ରଥମେ ପ୍ରଶ୍ନ ଚିହ୍ନ ଲଗାଏ । ସେ କହିଛନ୍ତି- ହିନ୍ଦୁତ୍ୱ ସିଦ୍ଧାନ୍ତ ଧାର୍ମିକ ନୁହେଁ ବରଂ ରାଜନୈତିକ ଅଟେ । ସେ କହିଛନ୍ତି- ବିଜେପି ଗତ ୬ ବର୍ଷ ମଧ୍ୟରେ ଭାରତର ଅସ୍ତିତ୍ୱକୁ ନେଇ ଏମିତି ବିଚାର ଜନ୍ମ ଦେଇଛି ଯେଉଁଥିରୁ ଲାଗୁଛି ଭାରତ ଭିତରେ ଆଉ ଏକ ଭାରତ ଜନ୍ମ ନେଇପାରେ । ଯେଉଁ ନୂଆ ଭାରତର ବିଚାରଧାରା ଭାରତୀୟ ମୂଳ ତତ୍ତ୍ୱ ଉପରେ ଆଧାରିତ ନଥିବ, ଯେଉଁଥିରେ ଉଗ୍ରବାଦୀତାପ୍ରତିଫଳିତ ହେଉଥିବ ।

ଅନସାରୀଙ୍କ ମନ୍ତବ୍ୟକୁ ବିରୋଧ

ଅନସାରୀଙ୍କ ଏହି ବୟାନକୁ ଶିୟା ଧର୍ମଗୁରୁ ମୌଲନା ୟାସୁବ ଅବ୍ବାସ ଭିଡିଓ ଜାରି କରି ନିନ୍ଦା କରିଛନ୍ତି । ଶିୟା ଧର୍ମଗୁରୁଙ୍କ ଅନୁଯାୟୀ- ଆମ ଦେଶ ଉଗ୍ରବାଦୀର ନୁହେଁ । ଆମ ଦେଶ ଏକତାର ପ୍ରତୀକଅଟେ । ଏଠାରେ ହିନ୍ଦୁ, ମସୁଲମାନ, ଶିଖ୍, ଇସାଇ, ପାର୍ସୀ ଏକାଠି ରୁହନ୍ତି ।

Leave a Reply