ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପରଲୋକ

Former Union Minister Arjun Sethi Passes Away At 79.

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପରଲୋକ । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଥିଲେ ଅର୍ଜୁନ ଚରଣ ସେଠୀ । ରାଜ୍ୟ ବିଧାନସଭାକୁ ମଧ୍ୟ ଦୁଇଥର ନିର୍ବାଚିତ ହୋଇଥିଲେ ସୂର୍ଗତ ଅର୍ଜୁନ । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା ।

୫୦ ବର୍ଷର ରାଜନୈତିକ କ୍ୟାରିଅରରେ ପଡ଼ିଲା ପୂର୍ଣ୍ଣଛେଦ୍‌ । ଆରପାରିରେ ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ଚରଣ ସେଠୀ । ୧୯୭୧ ମସିହରେ ପ୍ରଥମ କରି କଂଗ୍ରେସ ଟିକେଟରେ ସେ ପ୍ରାର୍ଥୀ ହୋଇ ସଂସଦକୁ ଯାଇଥିଲେ । ୧୯୭୭ ନିର୍ବାଚନରେ ଜନତା ପାର୍ଟିର ବୈରାଗୀ ଜେନାଙ୍କ ଠାରୁ ହାରିଥିଲେ ଅର୍ଜୁନ୍ ‌। ପରେ ୧୯୮୦ରେ କଂଗ୍ରେସ ଟିକେଟରୁ ସାଂସଦ ହୋଇଥିଲେ । ମାତ୍ର ୧୯୮୪ରେ ଦଳ ତାଙ୍କ ସ୍ଥାନରେ ଅନନ୍ତ ସେଠୀଙ୍କୁ ଟିକେଟ୍‌ ଦେଇଥିଲା । ଏହି ସମୟ ମଧ୍ୟରେ ଅର୍ଜୁନ ବିଧାନସଭାକୁ ଯାଇଥିଲେ ।

ପୁଣିଥରେ ୧୯୯୧ରେ ଅର୍ଜୁନ କଂଗ୍ରେସ ଛାଡ଼ି ଜନତା ଦଳରେ ଯୋଗ ଦେଇଥିଲେ । ସେହିବର୍ଷ ସେ ଜନତା ଦଳରୁ ସଂସଦରେ ପ୍ରତିନିଧିତ୍ୱ କରିଥିଲେ । ୧୯୯୬ ମସିହାକୁ ଛାଡ଼ି ୧୯୯୮ରୁ ୨୦୧୪ ପର୍ଯ୍ୟନ୍ତ ଲଗାତର ଜିତିଛନ୍ତି ଅର୍ଜୁନ୍ ‌। ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ସେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଜଳ ସଂପଦ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ଆଠ ଥର ସେ ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି ।

୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ୧୫ତମ ଲୋକସଭାରେ ସେ ବିଜୁ ଜନତା ଦଳର ପାର୍ଲାମେଣ୍ଟାରୀ ପାର୍ଟି ନେତା ଭାବେ ଦାୟିତ୍ୱ ତୁଲାଇଛନ୍ତି । ତାଙ୍କର ୩ ପୁଅ ଓ ୨ ଝିଅ ଅଛନ୍ତି । ୨୦୧୯ ମାର୍ଚ୍ଚ ୩୦ ତାରିଖରେ ଅର୍ଜୁନ୍‌ ବିଜେଡି ଛାଡ଼ିଥିଲେ । କିଛିଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିଲା । ଆଜି ସେ ୭୯ ବର୍ଷ ବୟସରେ ଆଖି ବୁଜିଛନ୍ତି ।

Leave a Reply