ବିଜେପିରେ ମିଶିଲେ ଟିଏମସିର ପୂର୍ବତନ ସାଂସଦ ଦିନେଶ ତ୍ରିବେଦୀ

1 min read

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ଦିନେଶ ତ୍ରିବେଦୀ ଶନିବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହୋଇଛନ୍ତି । ଟିଏମସି ଛାଡି ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଦିନେଶ । ବିଜେପିରେ ନେତା ମାନେ ଯୋଗ ଦେବା ଦଳକୁ ଶକ୍ତିଶାଳୀ କରୁଛି ବୋଲି ଦଳୀୟ କର୍ମୀ ପ୍ରକାଶ କରିଛନ୍ତି ।

ଅପରପକ୍ଷେ ନିର୍ବାଚନ ସମୟରେ ଦିନେଶଙ୍କ ଯୋଗଦାନ ଦଳକୁ ଆହୁରି ମଜବୁତ କରିବ ବୋଲି ବିଜେପି କହିଛି । ଏଭଳିକି ଦିନେଶ ତ୍ରିବେଦୀଙ୍କୁ  ବିଜେପି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ସଂସଦ ଅଧିବେଶନ ଚାଲିଥିବାବେଳେ ରାଜ୍ୟସଭାରେ ଟିଏମସ ଛାଡିବା ନେଇ ଘୋଷଣା କରିଥିଲେ ଦିନେଶ ତ୍ରିବେଦୀ । ଟିଏମସିରେ ଗୁଣ୍ଡାରାଜ ବଢୁଥିବାବେଳେ ଏକଛତ୍ରବାଦ ବଢିବାରେ ଲାଗିଛି । ଏଣୁ ମୁଁ ଟିଏମସି ଛାଡୁଛି ବୋଲି କହିଥିଲେ ଦିନେଶ।

ଉଲ୍ଲେଖଯୋଗ୍ୟ, ସେ ସମୟରେ ଦିନେଶ କହିଥିଲେ ଯେ ‘‘ଏବେ ମୋତେ ଅନୁଭବ ହେଉଛି କି ଆଉ ସୀମିତ ରହିବାର ସମୟ ନାହିଁ । ପଶ୍ଚିମବଙ୍ଗ ବାସୀଙ୍କ ପାଇଁ କାର୍ଯ୍ୟ କରିବାକୁ ପଡିବ । ତେଣୁ ମୁଁ ଟିଏମସି ଦଳକୁ ପରିତ୍ୟାଗ କରି ଦେଶର ଏବଂ ରାଜ୍ୟର ବିକଶ ପାଇଁ କାର୍ଯ୍ୟ କରିବି’’। ଗୃହରେ ସଂସଦ ଅଧିବେଶନ ଚାଲିଥିବାବେଳେ  ଅନ୍ୟପଟେ ଇସ୍ତଫା ଦେବା ନେଇ ସ୍ପଷ୍ଟ କରିଥିଲେ ଦିନେଶ। ଯାହାକୁ ନେଇ ସେ ସମୟରେ ଚର୍ଚ୍ଚା ଜୋର୍ ଧରିଥିଲା।

Leave a Reply