ଏକା ସାଙ୍ଗରେ କରୋନା ଟିକା ନେବେ ଓବାମା, ବୁଶ୍ ଓ କ୍ଲିଣ୍ଟନ୍… ଦୂର କରିବେ ଆମେରିକାବାସୀଙ୍କ ଆଶଙ୍କା

1 min read

ଯୁକ୍ତରାଷ୍ଟ୍ର ଆମେରିକା: ଏକା ସାଙ୍ଗରେ କ୍ୟାମେରା ସମ୍ମୁଖରେ କରୋନା ଟିକା ନେବେ ଓବାମା, ବୁଶ୍ ଏବଂ କ୍ଲିଣ୍ଟନ୍ । ଦେଶବାସୀଙ୍କୁ ଭରସା ଦେବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଜଜ ଡବ୍ଲୁ ବୁଶ୍ ଏବଂ ବିଲ୍ କ୍ଲିଣ୍ଟନ । ଟିକା ପ୍ରତି ଆମେରିକାବାସୀଙ୍କ ବିଶ୍ୱାସ ଜନ୍ମେଇବା ପାଇଁ ଏକା ସାଙ୍ଗରେ ଟିକା ନେବେ ଏହି ତିନି ବଡ ନେତା ।

ଏକ ଟିଭି କାର୍ଯ୍ୟକ୍ରମରେ ଲାଇଭ ସୋ’ ରେ ଏହି ତିନି ନେତା ଟିକା ନେବେ ବୋଲି ଜଣାପଡିଛି । ଆମେରିକାରେ କିଛି ଲୋକେ କରୋନା ଟିକାକୁ ନେଇ ସନ୍ଦେହରେ ଥିବାବେଳେ ସେମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ଓବାମା, ବୁଶ୍ ଏବଂ କ୍ଲିଣ୍ଟନ୍ । ଆମେରିକାରେ କରୋନା ଟିକାକୁ FDAର ମଞ୍ଜୁରି ମିଳିଥିଲେ ମଧ୍ୟ ଦେଶରେ ୪୦ ପ୍ରତିଶତ ଲେକେ ଏହାକୁ ନେଇ ଆଶଙ୍କାରେ ରହିଛନ୍ତି ।

ଲୋକଙ୍କୁ ଭରସା ଦେବା ପାଇଁ ଏବେ ଆଗକୁ ଆସିଛନ୍ତି ଆମେରିକାର ଏହି ତିନି ବଡ଼ ନେତା । ମହାମାରୀ ଭୂତାଣୁ ଆମେରିକାରେ ସର୍ବାଧିକ ପ୍ରଭାବ ପକାଇସାରିଥିବାବେଳେ ଏବେ ଟିକା ଅପେକ୍ଷାରେ ଅଛନ୍ତି ଦେଶବାସୀ । ତେବେ ଖୁବ ଶୀଘ୍ର ଆମେରିକାରେ ଟିକା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।

Leave a Reply