ପୁଲୱାମା ଆକ୍ରମଣ ମାମଲା: ବିରୋଧୀଙ୍କୁ ଜୋତାରେ ପିଟିବାକୁ କହିଲେ ଭି.କେ ସିଂହ

1 min read

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପଛରେ ପାକିସ୍ତାନର ହାତ ଥିଲା । ଏହି କଥାକୁ ସେଠାକାର ମନ୍ତ୍ରୀ ଫୱାଦ ଚୌଧୁରୀ ଫୁଟାଣି ଦେଖାଇ ଗୁରୁବାର ଦିନ କହିଥିଲେ । ଯାହାକୁ ନେଇ ପାକିସ୍ତାନ ହରଡଘଣାରେ ପଡିଥିବା ବେଳେ ଭାରତରେ ବିରୋଧୀଙ୍କ ଉପରେ ଆକ୍ରାମଣାତ୍ମକ ହୋଇଛି ବିଜେପି । ପୁଲୱାମା ଆକ୍ରମଣ କାଳରେ ଏହା ପଛରେ ଭାରତ ସରକାରଙ୍କ ହାତ ଅଛି ବୋଲି ବିରୋଧୀ ସେତେବେଳ ଅଭିଯୋଗ କରିଥିଲେ । ପୁଲୱାମା ଆକ୍ରମଣ ଇମ୍ରାନଙ୍କ ଉପଲବ୍ଧି ବୋଲି ଗତକାଲି ଫୱାଦ କହିଥିଲେ । ଆଜି ପୂର୍ବତନ ସେନା ମୁଖ୍ୟ ତଥା ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭି କେ ସିଂହ ଏହାକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ,ଯେଉଁମାନେ କହୁଥିଲେ ସରକାର ଏହି ଆକ୍ରମଣ କରାଇଥିବେ, ସେମାନେ ଆଗରୁ ହିନ୍ଦୁ ଆତଙ୍କବାଦ କଥା କହିଥିଲେ । ଏଭଳି ଲୋକଙ୍କୁ ଜନତା ବିଲକୁଲ ବିଶ୍ୱାସ କରିବା କଥା ନୁହେଁ । ଏମିତିକି ମୁଁ କହିବି ଯେ, ସେମାନଙ୍କୁ ଖୁଲମଖୁଲା ଜୋତାରେ ମାଡ଼ ମାରିବା କଥା ।

Former Indian Army chief  VK Singh Targeted Opposition Over Pulwama Pakistan Statement

୨୦୧୯ ,ଫେବ୍ରୁଆରୀ ୧୪ ତାରିଖ ଦିନ ପୁଲୱାମାରେ ସିଆରପିଏଫ୍ ଉପରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣ ପରେ ବିରୋଧୀ ଦଳ ମୋଦି ସରକାରକୁ ଟାର୍ଗେଟ୍ କରିଥିଲେ । ଜମ୍ମୁକାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲା କହିଥିଲେ ଯେ, ପୁଲୱାମା ଆକ୍ରମଣ ପଛରେ ମୋଦି ସରକାରର ହାତ ରହିଛି କାରଣ ସେମାନେ ନିର୍ବାଚନ ଜିତିବାକୁ ଚାହୁଁଥିଲେ । ଏମିତିକି ଅବଦୁଲା ଜାତିସଂଘ ଅଧିନର ତଦନ୍ତ ସମିତି ଗଠନ କରିବାକୁ କହିଥିଲେ ।

Pulwama Attack
FILE

କ’ଣ କହିଲା ପାକିସ୍ତାନ ?
ପାକିସ୍ତାନର ଇମ୍ରାନ ସରକାରର ମନ୍ତ୍ରୀ ଫୱାଦ ଚୌଧୁରୀ କହିଛନ୍ତି ଯେ, ପୁଲୱାମା ଆକ୍ରମଣ ପାଇଁ ଇମ୍ରାନଙ୍କୁ କ୍ରେଡିଟ୍ ମିଳିବା କଥା । ଏହା ତାଙ୍କର ଉପଲବ୍ଧି ଥିଲା । ଆମେ ଭାରତ ଭିତରେ ପଶି ଆକ୍ରମଣ କରିଥିଲୁ । ତେବେ ବିବାଦ ବଢିବା ପରେ ସେ ନିଜ ବୟାନରୁ ଓହରି ଯାଇଥିଲେ ।

Leave a Reply