ବହୁଚର୍ଚ୍ଚିତ ୟୁପିର ଉନ୍ନାଓ ଦୁଷ୍କର୍ମ ମାମଲା, ପୂର୍ବତନ ବିଜେପି ବିଧାୟକ ଦୋଷୀ ସାବ୍ୟସ୍ତ, ଗୁରୁବାର ହେବ ଦଣ୍ଡବିଧାନ

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ଶେଷରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ପୂର୍ବତନ ବିଜେପି ବିଧାୟକ କୁଲଦୀପ ସେନଗର । ବହୁଚର୍ଚ୍ଚିତ ଉନ୍ନାଓ ଅପହରଣ ଓ ଦୁଷ୍କର୍ମ ମାମଲାରେ ପୂର୍ବତନ ବିଜେପି ବିଧାୟକ କୁଲଦୀପ ସିଂ ସେନଗାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀର ତିସ୍ ହଜାରୀ କୋର୍ଟ । ୨୦୧୭ରେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ କୋର୍ଟ ସେନଗରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଚାର୍ଜସିଟ୍ ପ୍ରଦାନରେ ବିଳମ୍ବ ଯୋଗୁଁ ସିବିଆଇକୁ ଭତ୍ସନା କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଲକ୍ଷ୍ନୌରୁ ଦିଲ୍ଲୀକୁ ଏହି ମାମଲା ସ୍ଥାନାନ୍ତର ହୋଇଥିଲା। ଆସନ୍ତା ଗୁରୁବାର ଦଣ୍ଡ ବିଧାନ ହେବ। ବାଙ୍ଗରମାଉ ବିଧାନସଭା ଆସନରୁ ଚତୁର୍ଥ ଥର ବିଧାୟକ ହୋଇଥିବା ସେନଗରଙ୍କୁ ଏହି ମାମଲାରେ ଗତ ଅଗଷ୍ଟରେ ବିଜେପି ଦଳରୁ ବହିଷ୍କାର କରିଥିଲା । ଅଗଷ୍ଟରେ କୋର୍ଟ, ବିଧାୟକ ଓ ଅଭିଯୁକ୍ତ ଶଶୀ ସିଂହଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର, ଅପହରଣ, ଦୁଷ୍କର୍ମ ଓ ପକ୍ସୋ ଆକ୍ଟ ଲାଗୁ କରିଥିଲେ । ଆଜି ବନ୍ଦ କଠୋରୀରେ କୋର୍ଟ ମାମଲାର ଶୁଣାଣି କରିଥିଲେ । ଆସନ୍ତା ୧୯ ତାରିଖରେ କୋର୍ଟ ଦଣ୍ଡ ବିଧାନ କରିବେ ।

 

Leave a Reply