ଗୋଖାଦ୍ୟ ଦୁର୍ନୀତି: ଚାଇବସା ମାମଲାରେ ଲାଲୁଙ୍କୁ ବେଲ, କିନ୍ତୁ ରହିବେ ଜେଲରେ

Lalus Bail Plea May Be Heard Today In Ranchi High Court

ପାଟନା: ବିହାର ନିର୍ବାଚନକୁ ଅଳ୍ପ ଦିନ ଥିବା ବେଳେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଲାଗି ଏକ ଭଲ ଖବର ଆସିଛି । ଗୋଖାଦ୍ୟ ଦୁର୍ନୀତି ମାମଲାର ଚାଇବସା କେସରେ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିଛି । ତେବେ ଏହାର ଅର୍ଥ ନୁହେଁ ଲାଲୁଙ୍କୁ ନିର୍ବାଚନ ପ୍ରଚାରରେ ଦେଖିବାକୁ ମିଳିବ । ଲାଲୁଙ୍କୁ ଏହି ମାମଲାରେ ବେଲ୍ ମିଳିଥିଲେ ମଧ୍ୟ ସେ ଅନ୍ୟ ମାମଲା କାରଣରୁ ଜେଲରେ ରହିବେ । ଦୁମକା ଟ୍ରେଜେରି ମାମଲାର ଶୁଣାଣୀ ବାକି ଥିବା ବେଳେ ଚାଇବସା କେସରେ ସେ ନିଜ ସଜାର ଅର୍ଧେକ ଅଂଶ ପୁରଣ କରିସାରିଲେଣି ।


ଚାଇବସା ମାମଲାରେ ଅଧା ସଜା ପୁରା କରିଥିବା ଯୁକ୍ତି ଦେଖାଇ ଲାଲୁ ଜାମିନ ପାଇଁ ଆବେଦନ କରିଥିଲେ । ଗତ ଶୁଣାଣି କାଳରେ ସିବିଆଇ ଯୁକ୍ତି କରିଥିଲା ଯେ, ଅଧା ସଜା ପୁରା ହେବାକୁ ୨୬ ଦିନ ବାକି ଅଛି । ଏହାପରେ ମାମଲାର ଶୁଣାଣିକୁ ଅକ୍ଟୋବର ୯ ପର୍ଯ୍ୟନ୍ତ ଘୁଂଚା ଯାଇଥିଲା । ଆଜି ଲାଲୁଙ୍କୁ ଚାଇବସା ମାମଲାରେ ଜାମିନ ମିଳିଛି ।


ତେବେ ତାଙ୍କୁ ଏବେ ମଧ୍ୟ ଜେଲରେ ରହିବାକୁ ପଡିବ । କାରଣ ଦୁମକା କେସରେ ତାଙ୍କୁ ସଜା ଶୁଣାଯାଇଛି ଓ ଏହି ମାମଲାରେ ଜାମିନ ମିଳିନାହିଁ । ନଭେମ୍ବର ମାସରେ ଏହି କେସରେ ଲାଲୁ ସଜାର ଅଧା ପୁରା କରିବେ । ତା’ପରେ ତାଙ୍କୁ ଏଥିରେ ମଧ୍ୟ ଜାମିନ ମିଳିବା ସମ୍ଭାବନା ରହିଛି । ଫଳରେ ଲାଲୁ ନଭେମ୍ବର ପରେ ଜେଲରୁ ବାହାରିବା ଆରଜେଡି ଆଶା କରୁଛି । ଏବେ ଲାଲୁ ରାଂଚିର ରିମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଗରୁ ସେ ରିମ୍ସର ପେଡ୍ ୱାର୍ଡରେ ଥିଲେ କିନ୍ତୁ କରୋନା କାରଣରୁ ତାଙ୍କୁ ଡାଇରେକ୍ଟରଙ୍କ ବଂଗଳାକୁ ପରେ ସ୍ଥାନାନ୍ତରିତ କରାଯାଇଥିଲା ।

Leave a Reply