କମେଣ୍ଟ୍ରିର କେଇ ଘଣ୍ଟା ପୂର୍ବରୁ ନିରବି ଗଲା ଡିନ୍ ଜୋନ୍ସଙ୍କ ସ୍ୱର, ମୁମ୍ବାଇରେ ହୃଦଘାତରେ ମୃତ୍ୟୁ

Former Australian Cricketer Dean Jones Dies Of Heart Attack

ମୁମ୍ବାଇ: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସଙ୍କ ଦେହାନ୍ତ ହୋଇଛି । ୫୯ ବର୍ଷୀୟ ଜୋନ୍ସଙ୍କ ମୃତ୍ୟୁ ହୃଦଘାତରେ ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ ଡିନ୍ ଜୋନ୍ସ ମୁମ୍ବାଇରେ ମୃତ୍ୟୁ ବରଣ କରିଛନ୍ତି । ୟୁଏଇରେ ଆଇପିଏଲ୍ ଚାଲିଥିବା ବେଳେ ଜୋନ୍ସ ମୁମ୍ବାଇରେ ରହି କମେଣ୍ଟ୍ରି କରୁଥିଲେ ।

Former Australian Cricketer Dean Jones Dies Of Heart Attack

ହୋଟେଲରେ ରହି ଷ୍ଟାର ଇଣ୍ଡିଆ ପାଇଁ ସେ କମେଣ୍ଟ୍ରି କରୁଥିଲେ । ସକାଳେ ଜଳଖିଆ ଖାଇ ସାରିବା ପରେ ହୋଟେଲ ଲବିରେ ସେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କ ଛାତିରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ପରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ଅଷ୍ଟ୍ରେଲିଆ ହାଇକମିଶନଙ୍କ ସହ ଷ୍ଟାର ଇଣ୍ଡିଆ ଯୋଗାଯୋଗରେ ରହିଛି ।

Former Australian Cricketer Dean Jones Dies Of Heart Attack

ଡିନ୍ ଜୋନ୍ସ ହେଉଛନ୍ତି ଅଷ୍ଟ୍ରେଲିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ । ସେ କ୍ରିକେଟ କ୍ୟାରିୟରରେ ୫୨ଟି ଟେଷ୍ଟ ଓ ୧୬୪ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ୫୨ଟି ଟେଷ୍ଟରେ ସେ ୩୬୩୧ ରନ୍ କରିଥିବା ବେଳେ ୧୧ଟି ଶତକ ମାରିଛନ୍ତି । ୧୯୮୬ରେ ଭାରତ ବିପକ୍ଷରେ ସେ ଦ୍ୱିଶତକ ମାରିଥିଲେ । ୧୬୪ଟି ଦିନିକିଆ ଖେଳିଥିବା ଜୋନ୍ସ ୬୦୬୮ ରନ୍ କରିଥିଲେ । ସେ ୧୯୮୪ ମସିହାରେ ଟେଷ୍ଟ ଓ ଦିନିକିଆରେ ଡେବ୍ୟୁ କରିଥିବା ବେଳେ ୧୯୯୪ରେ ଶେଷଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ ।

Leave a Reply