ବାଘର କଟାମୁଣ୍ଡ ସହ ଛାଲ ଜବତ, ୩ ଅଟକ

1 min read
Forest Department Seized Tiger Skin And Held 3

ନୂଆପଡ଼ା: ବନ ବିଭାଗକୁ ବଡ଼ ସଫଳତା । ନୂଆପଡ଼ ବନ ବିଭାଗ ବାଘ ମୁଣ୍ଡ ସହ ଛାଲ ଜବତ କରିଛି । ନୂଆପଡ଼ା ରେଞ୍ଜ ଟିପାଝର ଗାଁରୁ ଜବତ ହୋଇଛି ବାଘର କଟା ମୁଣ୍ଡ ଓ ଛାଲ । ଗତକାଲି ସନ୍ଧ୍ୟାରେ ବନ ବିଭାଗର ଟିମ୍ ବିଶେଷ ସୂତ୍ରରୁ ଖବର ପାଇ ରେଡ୍ କରିଥିଲା ।

Forest Department Seized Tiger Skin And Held 3
FILE

ଚଢ଼ାଉ ବେଳେ ବନ ବିଭାଗ ଟିମ୍ ବାଘର କଟା ମୁଣ୍ଡ ସହ ବାଘ ଛାଲ ଜବତ କରିଛି । ଏଥିସହ ୨୦ କେଜି ବାରହା ମାଂସ, ବଜ୍ରକାପ୍ତା କାତି ଜବତ ହୋଇଛି । ଶିକାରରେ ବ୍ୟବହୃତ ଧନୁଶର ଓ କଟୁରୀ ଜବତ କରିଛି ବନ ବିଭାଗ । ଘଟଣାରେ ୩ ଜଣ ଯୁବକଙ୍କୁ ଅଟକ ରଖି ବନ ବିଭାଗ ପଚରାଉଚରା କରୁଛି ।

Leave a Reply