ପର୍ଯ୍ୟଟକଙ୍କ ପାଇଁ ହରିଶଙ୍କର ଶୈବପୀଠକୁ ଗଡ଼ିଲା ‘ବଣଭୋଜି’

1 min read
Harishankar BUS

ବଲାଙ୍ଗିର: ବଲାଙ୍ଗିରରୁ ହରିଶଙ୍କର ଶୈବପୀଠକୁ ଗଡ଼ିଲା ବଣଭୋଜି‌ ବସ୍‌ । ସୋମବାରଠାରୁ ବଲାଙ୍ଗିରରେ ଆରମ୍ଭ ହେଲା ଟୁରିଷ୍ଟ ବସ୍‌ ସେବା । କରୋନା ପାଇଁ ଏବେ ସପ୍ତାହକୁ ଥରେ ଚଳାଚଳ କରିବ ଏହି ବସ୍ । ବସ୍‌ର ନାଁ ରଖାଯ଼ାଇଛି ‘ବଣଭୋଜି’ । ବଲାଙ୍ଗିର ସହରର ତଥା ଆଖପାଖ ଅଞ୍ଚଳର ପର୍ଯ୍ୟଟକ ମାନେ ଅତି ସହଜରେ ହରିଶଙ୍କରକୁ ଯାଇପାରିବେ । ଏନେଇ ସୋମବାର ବଲାଙ୍ଗିର ଟିଟିଲାଗଡ଼ ରାସ୍ତାରେ ଥିବା ଏସ୍‌ଆଇଏଚ୍‌ଏମ୍ କ୍ୟାମ୍ପସରେ ମିନିବସ ସେବା ଚଳାଚଳର ଶୁଭାରମ୍ଭ ହୋଇଛି ।

  

OTDC ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏହାକୁ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ ରାଣା, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀଙ୍କ ସମେତ ଏସ୍‌ଆଇଏଚ୍‌ଏମ୍‌ର ଅଧ୍ୟକ୍ଷ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ଏକ କୋଟି ଟଙ୍କା ଅନୁଦାନରେ ଏହି ସେବା ଆରମ୍ଭ ହୋଇଛି । ଆରଟିଓ ଛକଠାରେ ଥିବା ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟର ନୂତନ କୋଠାର ମଧ୍ୟ ଶିଳାନ୍ୟାସ କରାଯାଇଛି ।

Leave a Reply