ପ୍ରଥମ ଥର ପାଇଁ ବିନାଭକ୍ତରେ ହେଉଛି ଶ୍ରୀଜୀଉଙ୍କ ସ୍ନାନଯାତ୍ରା

ପୁରୀ: କରୋନା କଟକଣା ଭିତରେ ଚାଲିଛି ମହାପ୍ରଭୁଙ୍କ ସ୍ନାନଯାତ୍ରା । ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଜାରି କରାଯାଇଛି । ସୀମିତ ସେବାୟତ ଶ୍ରୀଜୀଉଙ୍କ ନୀତିକାନ୍ତି କରୁଛନ୍ତି । ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂରତି ସ୍ନାନ ମଣ୍ଡପରେ ବିଜେ କରିଛନ୍ତି । ତେବେ, ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ ମହାପ୍ରଭୁଙ୍କ ସ୍ନାନଯାତ୍ରା ବିନାଭକ୍ତରେ ହେଉଛି ।

ସ୍ନାନ ଯାତ୍ରା ପାଇଁ ବିଳମ୍ବିତ ରାତିରୁ ଶ୍ରୀଜିଉଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା । ରାତି ୧ଟା ୨୫ରେ ମଙ୍ଗଳାର୍ପଣ ହୋଇ ୧ଟା ୪୦ରେ ପହଣ୍ଡି ଆରମ୍ଭ ହୋଇଥିଲା । ରାତି ୩ଟା ୪୦ରେ ସ୍ନାନବେଦୀରେ ମଦନମୋହନ ବିଜେ ହୋଇଥିଲେ ।  ଭୋର ୪ଟା ୨୦ରେ ମଙ୍ଗଳ ଆଳତି, ୪ଟା ୩୫ରେ ମଇଲମ ଓ ତଡ଼ପଲାଗି, ଭୋର ୪ଟା ୫୦ରେ ମହାପ୍ରଭୁଙ୍କ ଅଧର ପୋଛା ନୀତି ସମ୍ପନ୍ନ ହୋଇଛି ।

ସ୍ନାନ ପୂର୍ଣ୍ଣିମା ପାଇଁ ୩୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ୪ଟି ସିଫ୍ଟରେ ସୁରକ୍ଷାକର୍ମୀ କାମ କରୁଛନ୍ତି । ଶ୍ରୀମନ୍ଦିର ୪ ଦ୍ୱାର ଉପରେ କଡ଼ା ନଜର ରଖାଯାଇଛି । ସିସିଟିଭିରେ ନଜର ରଖାଯାଇଥିବା ବେଳେ ସୀମିତ ସେବାୟତରେ ନୀତିକାନ୍ତି ଜାରି ରହିଛି ।

ବଡ଼ଦାଣ୍ଡରେ ରହିବନି ଭକ୍ତଙ୍କ ଭିଡ, ସେବକଙ୍କ ଗହଣରେ ହେବ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନଯାତ୍ରା

Leave a Reply