ଫୋକସରେ ଟ୍ୱିନ୍ ସିଟି : ୫ ପ୍ଲାଟୁନ୍ ଓ ୫୦ ପୋଲିସ ଅଧିକାରୀ ନିଯୁକ୍ତ, ରାଜଧାନୀରେ ୩ ଡିସିପିଙ୍କୁ ଦାୟିତ୍ୱ…

1 min read

ଭୁବନେଶ୍ୱର/କଟକ: ରାଜଧାନୀ ସଂକ୍ରମଣ ଏବେ ସରକାରଙ୍କ ମୁଣ୍ଡବିନ୍ଧାର କାରଣ । କଟକରେ ବି ସ୍ଥିତି ସଙ୍ଗୀନ । ସଂକ୍ରମିତ ସଂଖ୍ୟାରେ ରୋକ୍ ଲାଗିବା ସମ୍ଭବ ହେଉନି । ଏଭଳି ସ୍ଥିତିରେ କଟକଣାକୁ ଅଧିକ ଶକ୍ତ କରିବା ସପକ୍ଷରେ ନିଷ୍ପତ୍ତି ନେଇଛି କମିଶନରେଟ୍ ପୋଲିସ । ରାଜଧାନୀରେ ଅଧିକ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଟ୍ୱିନ୍ ସିଟିରେ ଆହୁରି ୫୦ ଅଧିକାରୀ ଭୁବନେଶ୍ୱରର କୋଭିଡ୍ କଟକଣା ସ୍ଥିତି ଉପରେ ନଜର ରଖିବେ ।

ତେବେ କଟକଣାର ସ୍ଥିତି ପରଖିବା ସହ ସହରବାସୀଙ୍କୁ ସଚେତନ କରାଇବା ଦିଗରେ ମଧ୍ୟ କାର୍ଯ୍ୟ କରାଯିବ । କରୋନା ସଂକ୍ରମଣ କ୍ରମାଗତ ଭାବେ ବଢୁଥିବା ହେତୁ ସାଧାରଣରେ ଏହାକୁ ନେଇ ଭୁଲ ଧାରଣା ବସା ବାନ୍ଧିଲାଣି । ଲୋକେ, ଭ୍ୟାକ୍ସିନ୍ ନଆସିବା ପର୍ଯ୍ୟନ୍ତ ସଂକ୍ରମଣକୁ ସ୍ୱାଭାବିକ ଜୀବନଶୈଳୀ ବୋଲି ଭାବିନେଲେଣି । ଯଦିଓ ଏହା ଭୁଲ, ମାତ୍ର ରାଜଧାନୀରେ ସ୍ଥିତି ଏବେ -ଏହା । ଅର୍ଥନୀତି ନିମ୍ନଗାମୀ ହେବା ପରେ ସରକାର ବାଧ୍ୟ ହୋଇ କଟକଣା ହଟାଇଲେ । କେନ୍ଦ୍ର ସରକାର ମଧ୍ୟ ରାଜ୍ୟରେ ଅନାବଶ୍ୟକ କଟକଣା ନ ଲଦିବା ପାଇଁ ରାଜ୍ୟ ସରକାରଙ୍କୁ ଜଣାଇଲେ । ଏହାର ଅର୍ଥ ଏହା ଆଦୌ ନୁହେଁ ଯେ, ଲକଡାଉନ୍ ଖୋଲି ସରକାର ସ୍ୱାଭାବିକ ଯାତାୟାତକୁ ଅନୁମତି ଦେଲେ ।  ଭୁବନେଶ୍ୱରେ କଟକଣା ହଟିବା ପରେ ଏବେ ସ୍ଥିତି ଏମିତି ହିଁ ହୋଇଛି । ଅନାବଶ୍ୟକ ଗହଳି ବଢ଼ିଛି । ଏଣୁ ସରକାର ବାଧ୍ୟ ହୋଇ ପୁଣି ନୂଆ ଢଙ୍ଗରେ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବା କଥା ଚିନ୍ତା କରୁଛନ୍ତି ।

କମିଶନରେଟ୍ ପୋଲିସ ବିଶେଷ ଭାବେ ହଟ୍ସପଟ୍ ଓ ମାର୍କେଟ ଜୋନକୁ ସ୍ୱତନ୍ତ୍ର ଫୋକସ୍ ଦେବ । ଚଢାଉ କରି ଗହଳି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବ । ଅଯଥା ଯାତାୟାତ ଓ ଖଟିକୁ ରୋକିବା ଦିଗରେ କାମ କରିବ । ତେବେ ଦାୟିତ୍ୱରେ ରହୁଥିବା ପୋଲିସ କର୍ମଚାରୀମାନଙ୍କୁ ପିପିସି କିଟ୍ ମଧ୍ୟ ଦିଆଯିବ । ପୋଲିସ କର୍ମଚାରୀମାନେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ଜନସମର୍ଥନ ଲୋଡ଼ିବେ । ଲୋକଙ୍କୁ ବୁଝେଇ ସୁଝେଇ ସଚେତନ କରିବାକୁ ଚେଷ୍ଟା କରିବେ । ଏହାବ୍ୟତୀତ ଭୁବନେଶ୍ୱରକୁ ତିନୋଟି ଜୋନରେ ବିଭକ୍ତ କରାଯିବ । ପ୍ରତି ଜୋନ ପାଇଁ ଜଣେ ଜଣେ ଡିସିପି ଦାୟିତ୍ୱରେ ରହିବେ । କିଭଳି ଭାବେ ସହରରେ ହେଉଥିବା ଅଯଥା ଗହଳି ଭାଙ୍ଗିବ ସେ ନେଇ ଡିସିପିମାନେ ପଦକ୍ଷେପ ନେବେ ।

Leave a Reply