ସୁପ୍ରିମକୋର୍ଟଙ୍କ ରାୟ, ଆସନ୍ତାକାଲି ମହାରାଷ୍ଟ୍ରରେ ସରକାରଙ୍କ ଶକ୍ତି ପରୀକ୍ଷା, ସନ୍ଧ୍ୟା ୫ଟା ସୁଦ୍ଧା ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ

1 min read

ମୁମ୍ବାଇ : ମହାରାଷ୍ଟ୍ରରେ ସରକାର ଗଠନ ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଆସନ୍ତାକାଲି ମହାରାଷ୍ଟ୍ରରେ ଶକ୍ତି ପରୀକ୍ଷା ହେବ । ସୁପ୍ରିମକୋର୍ଟ କହିଲେ ନଭେମ୍ୱର ୨୭, ସନ୍ଧ୍ୟା ୫ଟା ସୁଦ୍ଧା ଫ୍ଲୋର ଟେଷ୍ଟ ଦେବେ ବିଜେପି-ଏନସିପି ସରକାର ।

ସିକ୍ରେଟ୍ ବାଲଟରେ ହେବନାହିଁ ଭୋଟ୍ । ବହୁମତ ପରୀକ୍ଷଣର ହେବ ସିଧାପ୍ରସାରଣ । ପ୍ରଥମେ ବିଧାୟକମାନେ ଶପଥଗ୍ରହଣ କରିବେ ଏହାପରେ ପ୍ରୋଟେମ୍ ସ୍ପିକର କରାଇବେ ଶପଥପାଠ । ଏହାପରେ ଭୋଟିଂ ହେବ । ବିଜେପି ପାଖରେ ଏନସିପି ସମେତ ୧୭୦ ବିଧାୟକଙ୍କ ସମର୍ଥନ ରହିଥିବା ଦଳ ଦାବି କରିଛି । ସେପଟେ ଗତକାଲି ଏକ ହୋଟେଲରେ ୧୬୨ ବିଧାୟକଙ୍କୁ ପରେଡ୍ କରାଇଥିଲେ କଂଗ୍ରେସ-ଏନସିପି ଓ ଶିବସେନା  ।

https://nandighoshatv.comuddhav-thackeray-and-sharad-pawar-press-meet/

ଆସନ୍ତାକାଲି ବିଜେପି-ଏନସିପି ନିଜର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ । ପ୍ରୋଟେମ୍ ସ୍ପିକର ହିଁ ଭୋଟିଂ କରାଇବେ । ଏବେ ବାଚସ୍ପତି ନିର୍ବାଚନ ନେଇ କୌଣସି ସୂଚନା ଦେଇନାହାନ୍ତି କୋର୍ଟ ।

https://nandighoshatv.comfadnavis-and-maharashtra-politics/

Leave a Reply