ବଲାଙ୍ଗିର କଣ୍ଟାବାଞ୍ଝିରେ ବନ୍ୟା : ଜନଜୀବନ ଅସ୍ତବ୍ୟସ୍ତ, ଅଣ୍ଟେ ପାଣିରେ ବୁହାହେଲା ଶବ….

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଝିରେ ବନ୍ୟା ପରିସ୍ଥିତି ଉପୁଜିଛି । ସାଧାରଣ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହେବା ଆରମ୍ଭ ହୋଇ ସାରିଲାଣି । ଲଗାଣ ବର୍ଷା ହେତୁ ଏଭଳି ହୋଇଛି  । କଣ୍ଟାବାଞ୍ଝି ସହର ମଧ୍ୟ ବନ୍ୟା ପ୍ରକୋପରୁ ବର୍ତ୍ତିପାରି ନାହିଁ । ବନ୍ୟା ଜଳ ରାସ୍ତା ଉପରେ ଜମା ହେବା କାରଣରୁ ଗମନାଗମନ ଠପ୍ ହୋଇଛି । ରାସ୍ତା ଉପରେ ଥିବା ଟ୍ରକ୍ ଓ ବସ ଇତ୍ୟାଦି ପାଣିରେ ବୁଡ଼ି କରି ରହିଛି । ଗ୍ରାମାଞ୍ଚଳସ୍ଥିତି ଆହୁରି ସଙ୍ଗିନ । ଲୋକଙ୍କ ଘରେ ବନ୍ୟା ଜଳ ପଶିବା ଆରମ୍ଭ କଲାଣି । ବିଶେଷ ଭାବେ ଝୁମ୍ପୁଡି ଘରଗୁଡିକ ବୁଡି ସାରିଥିବା ବେଳେ ସାଧାରଣ ଲୋକେ ଘରୁ ବାହାରି ପାରୁନାହାନ୍ତି ।

ତେବେ ଏହା ମଧ୍ୟରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ପରିବାର ନିଜ ଆତ୍ମୀୟଙ୍କର ଶବ ସତ୍କାର ପାଇଁ ତାଙ୍କୁ ପାଣିରେ ପଶି କାନ୍ଧେଇ ନେବାକୁ ବାଧ୍ୟ ହେଉଛି । ପାଣିର ସ୍ତର ଏବେ ପାଖାପାଖି ୪ଫୁଟ୍ ରହିଥିବା ହେତୁ କୌଣସି ଯାନବାହାନ ଚଳାଚଳ କରିବା ଏକପ୍ରକାରର ସମ୍ଭବ ହୋଇ ପାରୁନାହିଁ । ଏଣୁ ଉକ୍ତ ପରିବାରର ଲୋକେ ବାଧ୍ୟ ହୋଇ ପାଣିରେ ପଶି ଶବକୁ ସତ୍କାର ପାଇଁ ନେଉଛନ୍ତି । ତେବେ ପ୍ରଶାସନ ଏବେ ଜଳ ନିଷ୍କାସନକୁ ନେଇ ଚିନ୍ତାରେ ଥିବା ବେଳେ କିଭଳି ଭାବେ ଯଥାଶୀଘ୍ର ଜଳ ନିଷ୍କାସନ କରାଯିବ ସେନେଇ ପ୍ରଚେଷ୍ଟା ଚାଲିଛି ।

Leave a Reply