କରୋନା ପରେ ପ୍ରକୃତିର ତାଣ୍ଡବ: ବର୍ଷା ଓ ବନ୍ୟା ପରେ ଏବେ ଭୂସ୍ଖଳନ

ଇଡୁକି: କରୋନାର ତାଣ୍ଡବ ନ ସରୁଣୁ ପ୍ରାକୃତିକ ବିପର୍ଯ୍ୟୟ ଏବେ ଚିନ୍ତା ବଢାଇଛି । କେରଳରେ ପ୍ରକୃତିର ତାଣ୍ଡବ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ଲାଗୁଛି ଯେମିତି ପ୍ରକୃତି ତାର ସବୁ କଷ୍ଟର ପ୍ରତିଶୋଧ ନେଉଛି । ବର୍ଷା ଓ ବନ୍ୟା ପରେ ଏବେ ଭୂସ୍ଖଳନ ଲୋକଙ୍କୁ ପ୍ରଭାବିତ କରିଛି । କେରଳର ସହରଗୁଡ଼ିକ ବର୍ଷା ଜଳରେ ଜଳମଗ୍ନ ହେବାସହ ଲଗାତାର ବର୍ଷା କାରଣରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି । ବର୍ଷାର ଏପରି ବିପର୍ଯ୍ୟୟ ଦେଖି ବିଚଳିତ ହୋଇପଡ଼ିଲେଣି ଲେକେ । କେରଳ ଠାରୁ ଆରମ୍ଭ କରି କର୍ଣ୍ଣାଟକ ପର୍ଯ୍ୟନ୍ତ ଏବଂ ମହାରାଷ୍ଟ୍ରରୁ ଆରମ୍ଭ କରି ଗୁଜରାଟ ପର୍ଯ୍ୟନ୍ତ ସବୁଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲାଗୁଛି ଯେମିତି ସବୁକିଛି ନଷ୍ଟ କରିବାକୁ ପ୍ରକୃତି ପଣ କରିଛି । ଦେଶର ଅନେକ ସ୍ଥାନ ଜଳମଗ୍ନ ହୋଇଛି ।

ଲଗାଣ ବର୍ଷା ଯୋଗୁଁ ଇଡୁକି ଜିଲ୍ଲାରେ ୪୩ ଜଣକ ଜୀବନ ଯାଇଛି । ଗତକାଲି ପୁଣି ୧୭ ଜଣକ ମୃତଦେହ ଉଦ୍ଧାର ପରେ ମୃତ୍ୟୁ ସଂଖ୍ୟା ୪୩ରେ ପହଞ୍ଚିଛି । କାଲି ଉଦ୍ଧାର ହୋଇଥିବା ୧୭ ଜଣଙ୍କ ମଧ୍ୟରେ ଜଣେ ୬ ବର୍ଷର ଶିଶୁ ଅଛି । ଏବେ ବି ସ୍ଥାନୀୟ ଅଂଚଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଏନଡିଆରଏଫ । ଭୂସ୍ଖଳନ ହୋଇଥିବା ସ୍ଥାନରେ ୮୦ଟି  ପରିବାର ରହୁଥିବା ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି ।

ତେବେ ଆହୁରି ମୃତଦେହ ପୋତି ହୋଇ ରହିଥିବା ଅନୁମାନ କରାଯାଉଛି । ଅନ୍ୟପଟେ ମୃତକଙ୍କ ପରିବାର ବର୍ଗଙ୍କୁ କେରଳ ସରକାର ୫ଲକ୍ଷ ଏବଂ କେନ୍ଦ୍ର ସରକାର ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ସେପଟେ ଆଜି କେରଳର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

Leave a Reply