ଶାକାହାରୀ ଭାବନ୍ତି ଏହି ୫ଟି ଜିନିଷକୁ ସଂପୂର୍ଣ୍ଣ ନିରାମିଷ !

1 min read
ଆପଣ ଶାକାହାରୀ କି ? ତେବେ ନିଶ୍ଚିତ ପଢ଼ନ୍ତୁ ଏହି ଖବର

ଆପଣ ଜାଣିଛନ୍ତି ବିଶ୍ୱର ମାତ୍ର ୧୦ ପ୍ରତିଶତ ବ୍ୟକ୍ତି ହେଉଛନ୍ତି ଶାକାହାରୀ । ଶାକାହାରୀ ହେବାର ଫାଇଦା ବିଷୟରେ ସଚେତନ କରିବା ପାଇଁ ପ୍ରତିବର୍ଷ ନଭେମ୍ବର ପହିଲାରେ ପାଳନ ହୁଏ ଓ୍ୱାର୍ଲ୍ଡ ଭେଗାନ ଡେ(World Veggan Day) । ଶାକାହାରୀ ହେବାରେ ବହୁତ ଫାଇଦା ରହିଛି ।

କେବଳ ଆଧ୍ୟାତ୍ମିକ ଦୃଷ୍ଟିରୁ ନୁହେଁ, ନିରୋଗ ଓ ସୁସ୍ଥ ରହିବା ପାଇଁ ଆଜିକାଲି ବହୁ ଲୋକ ନିରାମିଷ ଆହାରକୁ ପସନ୍ଦ କରୁଛନ୍ତି । କିନ୍ତୁ ଶାକାହାରୀ ଲୋକ ଜାଣି ରଖିବା ଦରକାର କେଉଁ କେଉଁ ଖାଦ୍ୟ ପ୍ରକୃତରେ ନିରାମିଷ ଆଉ କୋଉ କୋଉ ଖାଦ୍ୟ ନିରାମିଷ ନୁହେଁ ।

ଶାକାହାରୀ ବ୍ୟକ୍ତି ଭାବନ୍ତି ସେମାନେ ଯାହା ସେବନ କରୁଛନ୍ତି ତା ସଂପୂର୍ଣ୍ଣ ଭାବେ ଭେଜିଟେରିଆନ ବା ନିରାମିଷ । କିନ୍ତୁ ଏପରି ଭାବିବା ପୂରା ଭୁଲ। ଆପଣ ଜାଣିଛନ୍ତି କି, ଏମିତି କିଛି ଜିନିଷ ଅଛି ଯାହାକୁ ଆପଣ ଶାକାହାରୀ ଖାଦ୍ୟ ଭାବି ଗ୍ରହଣ କରୁଛନ୍ତି ହେଲେ ତାହା ସମ୍ପୂର୍ଣ୍ଣ ଭାବେ ଆମିଷ । ଜାଣନ୍ତୁ କଣ ସେ ଶାକାହାରୀ ଖାଦ୍ୟ ଯାହା ଆମିଷ ସହ ସମାନ ।

ଆମ କଥା ଶୁଣି ଆପଣ ଭ୍ରମରେ ପଡ଼ୁଥିବେ । କିନ୍ତୁ ପୂରା ଖବର ପଢ଼ିଲେ ଆପଣଙ୍କର ଭ୍ରମ ଦୂର ହେବ । 

ହ୍ୱାଇଟ୍ ସୁଗାର ( White Sugar)

white sugar
white sugar

ଅଧିକାଂଶ ଲୋକ  ଚା’ ଓ କଫିରେ ହ୍ୱାଇଟ୍ ସୁଗାର ବ୍ୟବହାର କରିଥାଆନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଆପଣ ବ୍ୟବହାର କରୁଥିବା ହ୍ୱାଇଟ୍ ସୁଗାର ହେଉଛି ପୂରା ଆମିଷ  । ଏହି ହ୍ୱାଇଟ୍ ସୁଗାର ପ୍ରସ୍ତୁତ କରିବା ପାଇଁ ନାଚୁରାଲ କାର୍ବନ ବ୍ୟବହାର କରାଯାଏ,  ଆଉ ଏହି ନାଚୁରାଲ କାର୍ବନ ଜନ୍ତୁଙ୍କ ହାଡ଼ରୁ ତିଆରି ହୁଏ  ।

 

ବିୟର ବା ଓ୍ୱାଇନ ( Beer/Wine)

red wine
red wine

ବିୟର ବା ଓ୍ବାଇନ ପିଉଥିବା  କିଛି ଲୋକ ଭାବନ୍ତି ଏହା ସାଧାରଣତ ଫଳ ରସରେ ପ୍ରସ୍ତୁତ ହୋଇଥାଏ  । କିନ୍ତୁ ଏହି ଧାରଣା ସଂପୂର୍ଣ୍ଣ ଭୁଲ । କାହିଁକି ନା ମଦକୁ ପ୍ୟୁରିଫାଏ କରିବାକୁ ମାଛର ବ୍ଲାଡରକୁ ବ୍ୟବହାର ହୋଇଥାଏ  । ମାଛ ବ୍ଲାଡରରେ ଆଇଜିନଗ୍ଲାସ୍ ( Isinglass) ନାମକ ଏକ ପଦାର୍ଥ ଥାଏ ଯାହା ଦ୍ୱାରା ମଦ ପ୍ରକ୍ରିୟାକରଣ ବେଳେ ଆବଶ୍ୟକ ହୋଇଥାଏ ।

 

ଫ୍ରୁଟ ଜାମ ( Fruit Jam)

fruit jam
fruit jam

ପିଲାଠୁ ଆରମ୍ଭ କରି ବୟସ୍କ ସମସ୍ତଙ୍କୁ ବ୍ରେକଫାଷ୍ଟରେ  ବ୍ରେଡ ଜାମ ଖାଇବାକୁ ପସନ୍ଦ କରନ୍ତି  । କିନ୍ତୁ  ଫ୍ରୁଟ ଜାମ ନାଁରେ ବଜାରରେ ମିଳୁଥିବା ସବୁ ଜାମ୍ ନିରାମିଷ ନୁହେଁ  । ଏଥିରୁ କେତେକ ଜାମ ପ୍ରସ୍ତୁତରେ ପଶୁଙ୍କ ଶରୀରରେ ଥିବା ଜିଲେଟିନର ମଧ୍ୟ ବ୍ୟବହାର ହୋଇଥାଏ  । ତେଣୁ ସାବଧାନ, ସବୁ ଜାମ୍ ନିରାମିଷ ନୁହେଁ ।  ଆପଣ ଯଦି ଶାକାହାରୀ ତେବେ ଜାମ୍ କିଣିବା ବେଳେ ନିଶ୍ଚିତ ଭାବେ ସବୁଜ ଚକ୍ର ଚିହ୍ନବାଲା  ଜାମ୍ କିଣନ୍ତୁ ।

ଦହି

curd
curd

ଏଥିରେ କୌଣସି ଦ୍ୱିମତ ନାହିଁ ଯେ କ୍ଷୀରରୁ ହିଁ ଦହି ପ୍ରସ୍ତୁ ହୋଇଥାଏ  । କିନ୍ତୁ ଏମିତି ଭାବିବା ବି ଭୁଲ  । ବଜାରର ଦହି କିଣୁଥିବା ବେଳେ ଏଥିରେ ଲେଖା ହେଇଥିବା ପ୍ରସ୍ତୁତ ସାମଗ୍ରୀଙ୍କୁ ଧ୍ୟାନର ସହ ପଢନ୍ତୁ  । ଯଦି ଏଥିରେ ଜିଲେଟିନ ବ୍ୟବହାର ହୋଇଥିବ ତା’ ହେଲେ ଏ ଦହି ଭେଜ ନୁହେଁ ।

ତେଲ

oil
oil

ଭାରତୀୟ ଖାଦ୍ୟ ପ୍ରସ୍ତୁତିରେ ବହୁଳ ଭାବେ ତେଲର ବ୍ୟବହାର ହୋଇଥାଏ  । ଆଜିକାଲି ବଜାରରେ ଅନେକ ପ୍ରକାରର ତେଲ ମିଳୁଛି। କିନ୍ତୁ ଏ ସବୁ ତେଲ ମଧ୍ୟରେ ଏମିତି ତେଲ ଅଛି ଯାହା ଶାକାହାରୀ ନୁହେଁ । ଓମେଗା ୩ ଫ୍ୟାଟି ଏସିଡ ( Omega 3 Fatty acid) ଲେଖାଥିବା ତେଲ ହେଉଛି ଆମିଷ ଯାହା ମାଛରୁ ତିଆରି ହୋଇଥାଏ  । ')}

Leave a Reply