ଦିଲ୍ଲୀରେ ବଡ଼ଧରଣର ଆତଙ୍କବାଦୀ ଷଡ଼ଯନ୍ତ୍ର ବିଫଳ; ୫ ଗିରଫ

ନୂଆଦିଲ୍ଲୀ:  ଦିଲ୍ଲୀରେ ବଡ଼ ଧରଣର ଆତଙ୍କବାଦୀ ଷଡ଼ଯନ୍ତ୍ର ବିଫଳ ହୋଇଛି । ଏପରିକି ଶକରପୁର ଅଞ୍ଚଳରୁ ପ୍ରାୟ ୫ ଜଣ ଆତଙ୍କବାଦୀ ଧରାପଡିଲେ।

ସୂଚନା ମୁତାବକ,  ପୂର୍ବ ଦିଲ୍ଲୀର ଲକ୍ଷ୍ମୀ ନଗରର ଶକରପୁର ଅଞ୍ଚଳରେ ସ୍ପେଶାଲ୍ ସେଲ୍ ଓ ଆତଙ୍କବାଦୀଙ୍କ ମଧ୍ୟରେ ଶୁକ୍ରବାର ଦିନ ଗୁଳି ବିନିମୟ ହୋଇଥିଲା ।  ପୋଲିସ ସହ ଏନକାଉଣ୍ଟର ପରେ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସ୍ପେଶାଲ୍ ସେଲ୍ ଡିସିପି ପ୍ରମୋଦ କୁଶଓ୍ବାହ।

ଏମାନଙ୍କ ମଧ୍ୟରୁ ଦୁଇ ଜଣ ପଞ୍ଜାବର ଓ ୩ ଜଣ ଜାମ୍ମୁ କାଶ୍ମୀରର ବୋଲି ଜଣାପଡିଛି । ସେମାନଙ୍କ ନିକଟରୁ ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ବେଳେ ଗିରଫ ଆତଙ୍କବାଦୀଙ୍କ ଟେରର ଲିଙ୍କ ନେଇ ସୂଚନା ମିଳିଛି । ଗିରଫ ଆତଙ୍କବାଦୀ ମାନେ ତରନତାରନରେ ଶୗେର୍ଯ୍ୟ ଚକ୍ର ବିଜେତା ବଲବିନ୍ଦର ସିଂହ ସନ୍ଧୁ ହତ୍ୟା ମାମଲାରେ ସମ୍ପୃକ୍ତି ଥିବା ସୁତ୍ରରୁ ପ୍ରକାଶ ।

ବଲବିନ୍ଦର ସିଂହ ସନ୍ଧୁ ପଞ୍ଜାବରେ ଆତଙ୍କବାଦ ବିରାେଧରେ ଦୀର୍ଘ ସମୟ ଧରି ଲଢେଇ କରୁଥିବାର ନଜିର ରହିଛି । ତେବେ ଏହି ଆତଙ୍କବାଦୀ ମାନେ କେଉଁ ସଂଗଠନ ସହ ଜଡ଼ିତ, ସେନେଇ ସୂଚନା କୗେଣସି ସୂଚନା ମିଳିପାରିନାହିଁ ।

Leave a Reply