Rafale Induction Ceremony : ସର୍ବଧର୍ମ ପୂଜା ପରେ ସେନାରେ ସାମିଲ ହେଲା ରାଫେଲ୍

ହରିୟାଣା: ରାଫେଲ୍ ବାୟୁସେନାରେ ସାମିଲ ହୋଇଛି । ଅମ୍ୱାଲା ଏୟାରବେସରେ ରାଫେଲକୁ ବିଦ୍ଧିବଦ୍ଧ ଭାବେ ଭାରତୀୟ ବାୟୁସେନାରେ ସାମିଲ କରିବା ପାଇଁ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରେ ସେନା ମୁଖ୍ୟ ବିପିନ୍ ରାୱତ୍ ମଧ୍ୟ ଉପସ୍ଥିତି ଥିଲେ । ରାଫେଲକୁ ଭାରତୀୟ ସେନାରେ ମିଶ୍ରଣ ପୂର୍ବରୁ ଏକ ସର୍ବଧର୍ମ ପୂଜାର ଆୟୋଜନ ମଧ୍ୟ ହୋଇଥିଲା ।

ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ସର୍ବାଗ୍ରେ ରଖିବା ନେଇ ସବୁ ଧର୍ମଗୁରୁ ପ୍ରାଥମିକତା ଦେଇଛନ୍ତି । ତେବେ ସର୍ବଧର୍ମ ପୂଜା ସରିବା ପରେ ଭାରତୀୟ ବାୟୁ ସେନା ପକ୍ଷରୁ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ପ୍ରତିରକ୍ଷା ମନ୍ତ୍ରୀ ଓ ଭାରତବର୍ଷର ସମସ୍ତ ନାଗରିକଙ୍କୁ ଧନ୍ୟବାଦ ଜଣାଯାଇଥିଲା ।

ଉଲ୍ଲେଖଯୋଗ୍ୟ ଯେ ଭାରତ ସରକାର ଫ୍ରାନ୍ସ ସରକାରଙ୍କ ସହ ୩୬ ରାଫେଲ ଆଣିବା ପାଇଁ ଚୁକ୍ତି କରିଛନ୍ତି । ଏବେ ପ୍ରଥମ ପର୍ଯ୍ୟାୟରେ ଦେଶ ୫ଟି ରେଫେଲ୍ ଆଣିଛି । ରାଫେଲ୍ ଏକ କ୍ଷୀପ୍ର ବେଗରେ ଗତି କରିପାରୁଥିବା ଏକ ଲଢୁଆ ବିମାନ । ଭାରତର ସାମରିକ ଶକ୍ତି ବଢାଇବାରେ ଏହା ସହାୟକ ହେବ ବୋଲି ଦେଶ ଆଶାବାଦୀ ରହିଛି ।

Leave a Reply