ରାଜ୍ୟ ଭିତରେ ଗଡ଼ିବ ୫ ଯୋଡ଼ା ଟ୍ରେନ୍

1 min read

ଭୁବନେଶ୍ୱର: ଦେଶରେ ୨ ଶହ ଟ୍ରେନ୍ ଗଡ଼ିବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଜୁନ୍ ୧ରୁ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି । ଓଡ଼ିଶା ଭିତରେ ୫ଟି ରୁଟରେ ଟ୍ରେନ୍ ଚାଲିବା ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି । ତେବେ, ରାଜ୍ୟର ୧୧ ଜିଲ୍ଲା ୨ ଦିନ ପାଇଁ ସଟଡାଉନ୍ ରହିବା ନେଇ ଘୋଷଣା ହୋଇଥିବାରୁ ସ୍ୱତନ୍ତ୍ର ଟ୍ରେନ୍ ସପ୍ତାହକୁ ୫ ଦିନ ଚାଲିବ ।

କେଉଁ ରୁଟରେ ଚାଲିବ ଟ୍ରେନ୍ ?

୧) ଭୁବନେଶ୍ୱର-ବଲାଙ୍ଗିର-ଭୁବନେଶ୍ୱର(ସ୍ୱତନ୍ତ୍ର) ସପ୍ତାହକୁ ୫ ଦିନ

୨) ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର(ସ୍ୱତନ୍ତ୍ର) ସପ୍ତାହକୁ ୫ ଦିନ

୩) ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର(ସ୍ୱତନ୍ତ୍ର) ସପ୍ତାହକୁ ୫ ଦିନ

୪) ସମ୍ବଲପୁର-ଖୋର୍ଦ୍ଧା ରୋଡ୍-ସମ୍ବଲପୁର(ସ୍ୱତନ୍ତ୍ର) ସପ୍ତାହକୁ ୫ ଦିନ

୫) ଭୁବନେଶ୍ୱର-କୋରାପୁଟ-ଭୁବନେଶ୍ୱର(ସ୍ୱତନ୍ତ୍ର) ସପ୍ତାହକୁ ୩ ଦିନ (ଏହା ଅନୁଗୁଳ-ସମ୍ବଲପୁର-ରାୟଗଡ଼ା ଦେଇ ଚାଲିବ)

ଉପରୋକ୍ତ ୫ଟି ଟ୍ରେନ୍ ଜୁନ୍ ୮ ତାରିଖରୁ ଜୁନ୍ ୩୦ ତାରିଖ ଯାଏଁ ଚାଲିବ । ଏଥିପାଇଁ ଟିକେଟ୍ ରିଜର୍ଭେସନ୍ କାଉଣ୍ଟର ଓ ଆଇଆରସିଟିସି ୱେବସାଇଟରେ ବୁକିଂ କରିହେବ । ତେବେ, କନଫର୍ମ ଟିକେଟ୍ ଥିବା ବ୍ୟକ୍ତି ଟ୍ରେନରେ ଯାତ୍ରା କରିପାରିବେ । ପୂର୍ବରୁ ଭୁବନେଶ୍ୱର-ନୂଆଦିଲ୍ଲୀ, ଭୁବନେଶ୍ୱର-ମୁମ୍ବାଇ, ଭୁବନେଶ୍ୱର-ହାୱାଡ଼ା ମଧ୍ୟରେ ଚାଲୁଥିବା ଟ୍ରେନ୍ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି ।

ପ୍ରଥମ ପର୍ଯ୍ୟାୟରେ ଦେଶର ଏହି ସବୁ ସ୍ଥାନକୁ ଗଡ଼ିବ ଯାତ୍ରୀବାହୀ ଟ୍ରେନ୍

Leave a Reply