ନକଲି ମାଓବାଦୀ ସାଜି ଲୁଟୁଥିଲେ, ପୋଲିସ ହାତରେ ଫସିଗଲେ

ରାୟପୁର: ପଙ୍ଖାଜୁର ପୋଲିସକୁ ସଫଳତା । ନିଜକୁ ମାଓବାଦୀ କହି ବିପୁଳ ମାତ୍ରାରେ ଟଙ୍କା ଠକିଥିବା 5 ନକଲି ମାଓବାଦୀଙ୍କୁ ଗିରଫ କରିଛି ପୋଲିସ । ଗିରଫ 5 ଜଣଙ୍କ ନାଁରେ ପୂର୍ବରୁ ବିଭିନ୍ନ ଅଭିଯୋଗ ରହିଆସିଛି । ଏମାନେ ନିକଟସ୍ଥ ଅଢ୍ଚଳରେ ଲୋକଙ୍କୁ ଧମକ ଚମକ ଦେଇ ଟଙ୍କା ମାଗୁଥିଲେ । ଏହାସହ ନିକଟରେ ଜଣେ ମତ୍ସ୍ୟଜୀବୀଙ୍କ ଘରେ ପଶି ବନ୍ଧୁକ ଦେଖାଇ 5 ଲକ୍ଷ ନଗଦ ଟଙ୍କା ଓ 2 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗହଣା ଲୁଟି ନେଇଥିଲେ ।

ଏହି ନକଲି ମାଏବାଦୀଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ପାଖରୁ ଗୋଟିଏ 9 ଏମଏମ ମାଉଜର , ଅଫୁଟା ଗୁଳି, ଲୁଟ ହୋଇଥିବା ସୁନା ଗହଣା ସମେତ ଟଙ୍କା ଓ ବିଭିନ୍ନ ବ୍ୟାଙ୍କର ଏଟିଏମ କାର୍ଡ ଜବତ କରିଛି । ସେହିପରି 3 ଟି ମୋଟରସାଇକେଲ ମଧ୍ୟ ଜବତ କରିଛି ପୋଲିସ । ତେବେ ପ୍ରାଥମିକ ତଦନ୍ତ ଅନୁସାରେ ଏମାନେ ସ୍ଥାନୀୟ ଅଞ୍ଚଳର ମାଓବାଦୀ ବୋଲି ପରିଚୟ ଦେଇଆସୁଥିଲେ ।

ଗିରଫ ସମସ୍ତ ଅଭିଯୁକ୍ତ ଏକାଧିକ ଲୁଟ ଘଟଣା ଘଟାଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଥିଲେ । କିନ୍ତୁ ସ୍ଥାନୀୟ ଲୋକେ ମାଓବାଦୀଙ୍କ ଭୟରେ ମୁହଁ ଖୋଲୁନଥିବା ପୋଲିସ କହିଛି । ତେବେ ସମସ୍ତ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଖିବା ବେଳେ ସେମାନେ କିପରି ଓ କେଉଁଠୁ ଏସବୁ ମାରଣାସ୍ତ୍ର ପାଇବାରେ ସଫଳ ହେଲେ ଖୋଲତାଡ ଜାରି ରଖିଛି ପୋଲିସ ।

Leave a Reply