୫ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ଆଇଏସ୍‌ଓ ସାର୍ଟିଫିକେଟ୍‌

1 min read
Anganwadi

ଭୁବନେଶ୍ୱର: ଉତ୍କର୍ଷ ସେବାକୁ ମିଳିଲା ପରିଚିୟ । କଳାହାଣ୍ଡି ଜିଲ୍ଲାର ୫ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ମିଳିଛି ଆଇଏସ୍‌ଓ ସାର୍ଟିଫିକେଟ୍‌ । ଉଚ୍ଚମାନର ସେବା ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ଡକୁ ଏହି ମାନ୍ୟତା ଦିଆଯାଇଛି । କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ଜୋନ-୨, ଜୋଡ଼ାବନ୍ଧ, କେନ୍ଦୁବରଡ଼ି, କଂସାରୀ ଏବଂ ବସନ୍ତପଡ଼ା ଅଙ୍ଗନବାଡ଼ି କେନ୍ଦ୍ରକୁ ଏହି ମାନ୍ୟତା ମିଳିଛି ।

ଶିଶୁ ଓ ଗର୍ଭବତୀଙ୍କୁ ସେବା ଓ ଯତ୍ନ, ହାତପାହାନ୍ତାରେ ସ୍ୱାସ୍ଥ୍ୟସେବା ଏବଂ ପୃଷ୍ଚିକର ଖାଦ୍ୟ ଯୋଗାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ଏହି ମାନ୍ୟତା ପ୍ରଦାନ କରାଯାଇଛି । କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏହି ମାନ୍ୟତା ପ୍ରଦାନ କରାଯାଇଛି । ଅନ୍ୟପଟେ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକର ଉଲ୍ଲେଖନୀୟ ସେବାକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିଭଳି ପୂର୍ବରୁ ମଧ୍ୟ ଓଡ଼ିଶାର ୪୪ ଆଦିବାସୀ ହଷ୍ଟେଲକୁ ISO ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଆଦିବାସୀ ପିଲାଙ୍କ ଶିକ୍ଷାକ୍ଷେତ୍ରରେ ଓଡ଼ିଶାର ଏହା ଏକ ସଫଳତା ବୋଲି କୁହାଯାଏ । ଦେଶର ପ୍ରଥମ ରାଜ୍ୟ ଭାବେ ISO ସାର୍ଟିଫିକେଟ ହାସଲ କରିଥିଲା ଓଡ଼ିଶା । ମିଶନ ସୁବିଦ୍ୟାରେ ଗୁଣବତ୍ତା ଓ ମାନ ଆଧାରରେ ଏହି ଆଦିବାସୀ ହଷ୍ଟେଲ ଗୁଡ଼ିକୁ ଆଇଏସ୍‌ଓ ସ୍ୱୀକୃତି ମିଳିଛି ।

ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର ଓ ସମ୍ବଲପୁରରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ସମସ୍ତ ହଷ୍ଟେଲଗୁଡିକୁ ବିଚାରକୁ ନିଆଯାଇଥିଲା । ଏଥିରେ ୬୦ଟି ହଷ୍ଟେଲ ସାମିଲ ଥିବା ବେଳେ ଲକଡାଉନ ପୂର୍ବରୁ ଅଡିଟ ଟିମ୍ ମାତ୍ର ୪୪ଟି ହଷ୍ଟେଲକୁ ଅନୁଧ୍ୟାନ କରିବାରେ ସକ୍ଷମ ହୋଇଥିଲେ । ତେଣୁ ୪୪ଟି ହଷ୍ଟେଲକୁ ISO ସାର୍ଟିଫିକେଟ ଦିଆଯାଇଥିଲା ।

Leave a Reply