ମଝି ରାସ୍ତାରେ ଓଲଟିଲା ମାଛ ବୋଝେଇ ଭ୍ୟାନ୍, ବୋହିନେଲେ ଲୋକ

Fish Pickup Turned Down In Mid Road Paradeep

ପାରାଦୀପ: ଭାରସାମ୍ୟ ହରାଇ ଓଲଟିପଡ଼ିଲା ମାଛ ବୋଝେଇ ପିକଅପ୍ ଭ୍ୟାନ୍ । ବାଟରେ ଯାଉଥିବା ଲୋକ ଯିଏ ଯେତେ ପାରିଲେ ବୋହିନେଲେ । ମାଛ ପାଇଁ ରାସ୍ତାରେ ଲାଗିଥିଲା ଲୋକଙ୍କ ରେସ୍ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପାରାଦୀପ ଗଡ଼ ନିକଟରେ । ସୂଚନା ଅନୁସାରେ ପାରାଦୀପ ମାଛଧରା ବନ୍ଦରରୁ ଦୀଘା ଯାଉଥିବା ଏକ ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।

Fish Pickup Turned Down In Mid Road Paradeep

ମାଛ ବୋଝେଇ ଭ୍ୟାନଟି ଓଲଟିବା ଫଳରେ ରାସ୍ତା ମଝିରେ ମାଛ ପେଟିଗୁଡ଼ିକୁରୁ ମାଛ ରାସ୍ତା ଉପରେ ପଡ଼ିଥିଲେ । ପାଖାପାଖି ୪ ଲକ୍ଷ ଟଙ୍କାର ମାଛ ରାସ୍ତାରେ ପଡ଼ିଥିଲା । ଘଟଣାସ୍ଥଳରେ ଲକ୍ ଥାନା ପୋଲିସ ପହଞ୍ଚିବା ବେଳକୁ ଲୋକ ପ୍ରାୟ ଅଧା ମାଛ ନେଇ ଯାଇଥିଲେ ।

Fish Pickup Turned Down In Mid Road Paradeep

ଏହି ଦୁର୍ଘଟଣାରେ ଗାଡ଼ିର ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ଗାଡ଼ିଟି ରାସ୍ତା ଉପରେ ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହିତ ମାଛ ବ୍ୟବସାୟୀ ପହଞ୍ଚି ବଳକା ମାଛ ଗୁଡ଼ିକୁ ପ୍ୟାକିଂ କରି ଅନ୍ୟ ଏକ ଗାଡ଼ି ସାହାଯ୍ୟରେ ଦୀଘା ପଠାଇଛି ।

Leave a Reply