ଘରେ ଆକ୍ୱାରିୟମ୍ ରଖିଲେ ହେଉଛି କି ସମସ୍ୟା;  ଜାଣନ୍ତୁ କ’ଣ କରିବେ

ନୂଆଦିଲ୍ଲୀ: ଘରେ ରଖାଯାଉଥିବା ସମସ୍ତ ଜିନିଷ ଜଣେ ବ୍ୟକ୍ତିର ଦୈନନ୍ଦିନ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଘର ମଧ୍ୟରେ କୌଣସି ଜିନିଷ ଯଦି ଭୁଲ୍ ସ୍ଥାନରେ ରହିଯାଏ, ତାହା ପରିବାର ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ ।

ପ୍ରତ୍ୟେକ ଜିନିଷ ସଠିକ୍  ସ୍ଥାନରେ ରହିଲେ ତାହା ପରିବାର ସଦସ୍ୟଙ୍କ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ । ତଦ୍ୱାରା ଘରର ଉନ୍ନତି ମଧ୍ୟ ହୋଇଥାଏ ।

କୁହାଯାଏ ଘରର ଉତ୍ତର ପୂର୍ବ ଭାଗରେ ଜଳ ତତ୍ୱ ରହିଲେ ଧନର ଆଗମନ ହୋଇଥାଏ  ଏବଂ ସକରାତ୍ମକ ଉର୍ଜାର ସଞ୍ଚାର ମଧ୍ୟ ହୋଇଥାଏ । ଅନେକ ସମୟରେ ଘରୁ ନକରାତ୍ମକ ଶକ୍ତି ଦୂର କରିବା ପାଇଁ କେହିକେହି ଆକ୍ୱାରିୟମ୍ ରଖିଥାନ୍ତି । ଆସନ୍ତୁ ଜାଣିବା କେଉଁ ଦିଗରେ ଆକ୍ୱାରିୟମ୍ ରଖିଲେ ସୁଫଳ ମିଳିବ ।

  • ଆକ୍ୱାରିୟମକୁ ଉତ୍ତର ପୂର୍ବ ଭାଗରେ ରଖିଲେ ଶୁଭ ବୋଲି କୁହାଯାଇଥାଏ ।
  • ଆକ୍ୱାରିୟମର ପାଣିକୁ ସ୍ୱଳ୍ପ ବ୍ୟବଧାନରେ ପରିବର୍ତ୍ତନ କରିବା ଉଚିତ୍ । ଏହାଦ୍ୱାରା ଘରେ ସକରାତ୍ମକ ଉର୍ଜା ବଢିଥାଏ ।
  • ଆକ୍ୱାରିୟମରେ ୯ଟି ମାଛ ରଖିବାକୁ ବାସ୍ତୁଶାସ୍ତ୍ର ଅନୁସାରେ ଶୁଭ ବୋଲି ବିବେଚନା କରାଯାଇଥାଏ ।
  • ଘରର ରୋଷେଇ ଘରେ ଆକ୍ୱାରିୟମ୍ ରଖିବା ଉଚିତ୍ ନୁହେଁ । ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘରେ ଆକ୍ୱାରିୟମ୍ ରଖିଲେ କଳହ ସୃଷ୍ଟି ହେବାର ଆଶଙ୍କା ରହିଥାଏ ।

Leave a Reply