ଅଶାନ୍ତ ସୀମାନ୍ତ: ୫୦ ବର୍ଷରେ ପ୍ରଥମ ଥର ପାଇଁ ଭାରତ-ଚୀନ ସୀମାରେ ହିଂସା !

1 min read

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ବାସ୍ତବିକ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ବୃଦ୍ଧି ପାଇଛି । ଗଲବାନ ଘାଟିରେ ସୋମବାର ରାତିରେ ଭାରତୀୟ ସୈନିକ ଓ ଚୀନ୍ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଭାରତୀୟ ସେନାର ତିନି ଜଣ ସୈନିକ ସହିଦ ହୋଇଛନ୍ତି । ୭୦ ଦଶକ ପରେ ପ୍ରଥମ ଥର ପାଇଁ ଏଲଏସି ବା ବାସ୍ତବିକ୍ ନିୟନ୍ତ୍ରଣ ରେଖାରେ ପ୍ରଥମ ଥର ପାଇଁ ଭାରତୀୟ ଯବାନ ସହିଦ ହୋଇଛନ୍ତି ।

୧୯୬୨ ମସିହାରେ ଭାରତ ଓ ଚୀନ୍ ମଧ୍ୟରେ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧ ପରେ ଅର୍ଥାତ ୭୦ ଦଶକ ପରବର୍ତ୍ତି ସମୟରେ ଏଲଏସିରେ ଉତ୍ତେଜନାର ଖବର ମଝିରେ ମଝିରେ ଆସୁଥିଲା କିନ୍ତୁ କେବେ ମଧ୍ୟ ଉଭୟ ପଟୁ ହିଂସା ହୋଇନଥିଲା । ପ୍ରାୟ ୫୦ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତ ଓ ଚୀନ୍ ସୈନିକଙ୍କ ମଧ୍ୟରେ ଏଭଳି ସଂଘର୍ଷ ହୋଇଛି ଯେଉଁଥିରେ ଭାରତକୁ ୩ ଜଣ ସୈନିକ ହରାଇବାକୁ ପଡିଛି ।

ଉଲ୍ଲେଖନୀୟ ଯେ, ଗତ କିଛି ଦିନ ଧରି ଭାରତ ଓ ଚୀନ ସୀମାରେ ବିବାଦ ଜାରି ରହିଛି । ଆଲୋଚନା ଜରିଆରେ ବିବାଦର ସମାଧାନ ପାଇଁ ଚୀନ୍ ବାରମ୍ବାର କହି ଆସୁଛି । କିନ୍ତୁ ଚୀନ୍ ଭାରତୀୟ ସୀମା ଭିତରୁ ପଛକୁ ହଟୁ ନାହିଁ । ସୋମବାର ଦିନ ଚୀନ୍ ଭାରତୀୟ ସୀମା ଭିତରୁ ପଛକୁ ହଟିବାକୁ ରାଜି ହୋଇଥିଲା । କିନ୍ତୁ ଆଲୋଚନା ପରେ ଚୀନ୍ ସୈନିକ ପଛକୁ ଫେରିବାକୁ ମନା କରିଦେଇଥିଲେ ।

ଉଲ୍ଲେଖନୀୟ ଯେ, ଗତ କିଛିଦିନ ଧରି ଭାରତ-ଚୀନ୍ ସୀମାରେ ଦୁଇ ଦେଶର ସୈନିକ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । ନିକଟରେ ଚୀନ୍ ସେନା ଗଲବାନ ଘାଟିରୁ ପଏଣ୍ଟ୍ ୧୪,୧୫ ଓ ୧୭ରୁ ପଛକୁ ଫେରିବ ବୋଲି ନିଷ୍ପତ୍ତି ହୋଇଥିଲା । ଚୀନ୍ ସୈନିକ ଧିରେ ଧିରେ ପଛକୁ ଫେରୁଥିଲେ ମଧ୍ୟ । କିନ୍ତୁ ସମ୍ପୂର୍ଣ୍ଣ ଭାବେ ପଛକୁ ଫେରିନଥିଲେ ।

ଚୀନ୍ ସୈନିକ ପଛକୁ ନଫେରିବାରୁ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଯେଉଁଥିରେ  ଭାରତର ତିନ ଜଣ ଯବାନ ସହିଦ ହୋଇଛନ୍ତି । କିନ୍ତୁ ଚୀନ୍ ଭାରତ ବିରୋଧରେ ପାଲଟା ଅଭିଯୋଗ ଆଣୁଛି ଯେ, ଭାରତୀୟ ସୈନିକଙ୍କ ପାଇଁ ହିଂସା ହୋଇଛି ଓ ହିଂସାରେ ଚୀନ୍ ସୈନିକ ପ୍ରାଣ ହରାଇଛନ୍ତି । ତେବେ କେତେଜଣ ଚୀନ ସୈନିକ ପ୍ରାଣ ହରାଇଛନ୍ତି ସେନେଇ ବେଜିଂ ପକ୍ଷରୁ କିଛି ମଧ୍ୟ କୁହାଯାଇନାହିଁ ।

 

Leave a Reply