ଏଥର ପେପରଲେସ୍ ବଜେଟ୍, ଭାଙ୍ଗିବ ୭୩ ବର୍ଷର ପରମ୍ପରା

1 min read
Nirmala sitharaman

ନୂଆଦିଲ୍ଲୀ: ଏଥର ପେପରଲେସ୍ ବଜେଟ୍ । ଭାଙ୍ଗିବ ୭୩ ବର୍ଷର ପରମ୍ପରା । କାଗଜବିହୀନ ହେବ ଆଗାମୀ ବଜେଟ୍ ଅଧିବେଶନ । ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ଫେବ୍ରୁଆରୀ ପହିଲାରେ ସଂସଦରେ ଆସିବ ସାଧାରଣ ବଜେଟ୍ । ତେବେ କରୋନା ପାଇଁ ଏଥରର ବଜେଟ୍ ଅଧିବେଶନ କାଗଜ ବିହୀନ ହେବ । ଏପରିକି ଅର୍ଥନୈତିକ ସର୍ଭେ ରିପୋର୍ଟ ମଧ୍ୟ ଛପା ଯିବନି ବୋଲି ନିଷ୍ପତ୍ତି ହୋଇଛି ।

ଏହା ଭାରତ ଇତିହାସରେ ପ୍ରଥମଥର ପାଇଁ ହେବାକୁ ଯାଉଛି । ବଜେଟ୍‌ ଛପା ନହୋଇ ପେପରଲେସ୍ ହେବା ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଏଥର ପେପରଲେସ୍ ବଜେଟ୍ ଅଧିବେଶନ ନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବଜେଟକୁ ଡିଜିଟାଲାଇଜେସନ୍‌ କରି ସଫ୍ଟ କପି ସାଂସଦମାନଙ୍କୁ ପଠାଯିବ । ୧୯୪୭ ପରେ ପ୍ରଥମ ଥର ପାଇଁ ଏପରି ହେବାକୁ ଯାଉଛି ।

୨୬ ନଭେମ୍ବର ୧୯୪୭ରେ ପ୍ରଥମ ବଜେଟ୍ ପୁସ୍ତକ ଛପାଯାଇଥିଲା । ସେବେଠାରୁ କ୍ରମାଗତ ଭାବେ ପୁସ୍ତକ ଛପା ହେଉଥିଲା । ବଜେଟ୍‌ ଦସ୍ତାବିଜ୍ ଛାପିବା ଓ ସେଗୁଡ଼ିକ ସିଲ୍ କରିବା ପର୍ଯ୍ୟନ୍ତ ପ୍ରାୟ ୧୫ଦିନ ଧରି କର୍ମଚାରୀ ସେହିସ୍ଥାନରେ ରହିଥାନ୍ତି । ହେଲେ ଏଥର କରୋନା ସଂକ୍ରମଣ ଭୟରେ ବଜେଟ୍ ପୁସ୍ତକ ଛପାଯିବ ନାହିଁ । ତେଣୁ ଚଳିତବର୍ଷ ପ୍ରିଣ୍ଟିଂ ପ୍ରେସ୍‌ରେ କୌଣସି କର୍ମଚାରୀଙ୍କୁ ନ ରଖିବାକୁ ଅର୍ଥ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ।

Leave a Reply