ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ଗୁଳିମାଡ଼

ଜଗତସିଂହପୁର: ବାଲିକୁଦା ଥାନା ଅଳାଭଳ ଗାଁରେ ଗୁଳିକାଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ଗୋଷ୍ଠୀଙ୍କ ମଧ୍ୟରେ ଝଗଡ଼ାରୁ ଗୁଳିମାଡ଼ ହୋଇଛି । ଏଥିରେ ବାଲିସାହି ଗାଁରେ ଦେବରାଜ ବିଶ୍ୱାଳ ଗୁରୁତର ଆହତ ହୋଇଛନ୍ତି ।ଦେବରାଜଙ୍କ ବାମ ଗୋଡ଼ ଜଂଘରେ ଗୁଳି ବାଜିଛି । ଦେବରାଜଙ୍କୁ ପ୍ରଥମେ ବାଲିକୁଦା ମେଡିକାଲ ପରେ ଜଗତସିଂହପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।ଅବସ୍ଥା ବିଗିଡ଼ାବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ, ଗୋଷ୍ଠୀ ବିବାଦକୁ ନେଇ ଦୀର୍ଘ ଦିନରୁ ଶତ୍ରୁତା ଲାଗି ରହିଥିଲା । ଶୁକ୍ରବାର ସନ୍ଧ୍ୟାରେ ଏହି ଶତ୍ରୁତା ଉଗ୍ରରୂପ ନେଇଥିଲା । ପୋଲିସ ଅପରାଧୀଙ୍କୁ ଧରିବା ପାଇଁ ବାଲିକୁଦା, ତେରତାଙ୍ଗ, ଅଳାଭର ଅଞ୍ଚଳରେ ଚଢ଼ାଉ କରିଛି ।

Leave a Reply