ମୟୂରଭଞ୍ଜ ବିଶୋଇ ଅଞ୍ଚଳରେ ଗୁଳିମାଡ଼, ଡାହାଣୀ ସନ୍ଦେହରେ ମରଣାନ୍ତକ ଆକ୍ରମଣ

ବାରିପଦା : ଗୁଣି ଗାରେଡି କିମ୍ୱା ଅନ୍ଧବିଶ୍ୱାସ ସନ୍ଦେହରୁ ଲୋକଙ୍କୁ ମାରପିଟ୍ ଘଟଣା ନୂଆ ନୁହେଁ । କିନ୍ତୁ, ଡାହାଣୀ ଭାବି ଗୁଳିମାଡ଼ କରିବା ଘଟଣା ଖୁବ୍ କମ୍ ଦେଖିବାକୁ ମିଳିଥାଏ । ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଅଞ୍ଚଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା ।

ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ମହିଳା ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଗୁରୁତର ମହିଳା ଜଣକ ହେଲେ ବିଶୋଇ ଥାନା ତଲକବାଦି ଗାଁର ମାଇନୋ ହେମ୍ୱ୍ରମ୍।

ମହିଳାଙ୍କ ବୟାନ ଅନୁଯାୟୀ ଜଣଙ୍କୁ ଅଟକ ରଖି ପଚରା ଉଚରା କରିଛି ପୋଲିସ । ଗତକାଲି ମହିଳା ଜଣକ ଘରେ ଶୋଇଥିବା ବେଳେ ଜଣେ ଦୁର୍ବୁତ୍ତ ତାଙ୍କ ଉପରେ ଗୁଳି ମାଡ଼ କରିଥିଲେ । ଲକ୍ଷଭେଦ ହେବାରୁ ଗୁଳିଟି ମହିଳାଙ୍କ ମୁଣ୍ଡ ଉପରେ ବାଜିଥିଲା । ଗୁରୁତର ଅବସ୍ଥାରେ ମହିଳା ଜଣକ ବାରିପଦାରେ ଚିକିସ୍ଥିତ ହେଇଥିବା ବେଳେ ବିଶୋଇ ପୋଲିସ ତଦନ୍ତ ଜାରି ରଖିଛି।

Leave a Reply