ପେଟ୍ରୋଲ ପମ୍ପରେ କାରରେ ଲାଗିଲା ନିଆଁ, ଲୋକଙ୍କ ଜୀବନ ବଞ୍ଚାଇ ଯୁବକ ପାଲଟିଲେ ହିରୋ

ବାଲାଘାଟ୍: ମଧ୍ୟପ୍ରଦେଶ ବାଲାଘାଟରେ ଜଣେ ଯୁବକଙ୍କ ସାହସିକତା  ଅନେକଙ୍କ ଜୀବନ ବଞ୍ଚାଇଛି । ଏକ ପେଟ୍ରୋଲ ପମ୍ପରେ ଗୋଟେ କାରରେ ଡିଜେଲ ଭରିବା ମାତ୍ରେ ସେଥିରେ ନିଆଁ ଲାଗିଯାଇଥିଲା । ହେଲେ କୌଣସି ଦୁର୍ଘଟଣା ଘଟିବା ପୂର୍ବରୁ ସେହି ଅଞ୍ଚଳରେ କାମ କରୁଥିବା ଜଣେ ଯୁବକ ହିରୋ ହୋଇ ଅନେକଙ୍କୁ ରକ୍ଷା କରିଥିଲେ ।

ପେଟ୍ରୋଲ ପମ୍ପରେ ନିଆଁ ଲାଗିଥିବାରୁ ଆଖପାଖ ଅଞ୍ଚଳରେ କ୍ଷୟକ୍ଷତି ହୋଇଥାନ୍ତା । ହେଲେ ପେଟ୍ରୋଲ ପମ୍ପ ନିକଟରେ କାମ କରୁଥିବା ଜଣେ ଯୁବକ କାରରେ ନିଆଁ ଲାଗିବା ମାତ୍ରେ ସେଠାରେ ପହଞ୍ଚି ଅନେକଙ୍କ ଜୀବନ ବଞ୍ଚାଇଥିଲେ । ଠିକ୍ ସମୟରେ ପହଞ୍ଚି ସେ ସମସ୍ତଙ୍କ ପାଇଁ ହିରୋ ପାଲଟିଥିଲେ । ନିଜ ଜୀବନକୁ ବାଜି ଲଗାଇ ପେଟ୍ରୋଲ ପମ୍ପ ଭିତରୁ ସେ ଗାଡ଼ିକୁ ଧକ୍କା ଦେଇ  ଦୂରକୁ ଠେଲି ଦେଇଥିଲେ । ଫଳରେ ସେଠାରେ ନିଆଁ ବ୍ୟାପି ନଥିଲା । ଆଖପାଖରେ ସେହି ଯୁବକଙ୍କ ବ୍ୟତୀତ ଅନେକ ଲୋକ ଉପସ୍ଥିତ ଥିଲେ । ହେଲେ କେହି ବି କାହାକୁ ସାହାଯ୍ୟ କରିନଥିଲେ । ମୁକେଶ କଟାରେ ନାମକ ଏହି ଯୁବକ ଏକା ପେଟ୍ରୋଲ ପମ୍ପରୁ ଗାଡ଼ିକୁ ବାହାରକୁ ଠେଲିଥିଲେ ।

ଏହା ଦେଖି ମଧ୍ୟ କେହି ତାଙ୍କୁ ସହଯୋଗ କରିନଥିଲେ । ବରଂ ସେହି ସମୟରେ ସମସ୍ତେ ଫଟୋ ନେବାରେ ଓ ଭିଡିଓ ଉତ୍ତୋଳନରେ ବ୍ୟସ୍ତ ଥିଲେ । ସେହି ସମୟରେ ମୁକେଶ ସାହସ ଦେଖାଇ ଏକ ବଡ଼ ଦୁର୍ଘଟଣା ହେବାରୁ ବଞ୍ଚାଇଥିଲେ । କେବଳ ସେତିକି ନୁହେଁ କାର ଭିତରେ ବସିଥିବା ଲୋକଙ୍କୁ ମଧ୍ୟ ସେ ବଞ୍ଚାଇଥିଲେ । କାରରେ ହଠାତ୍ ନିଆଁ ଲାଗିଥିବାରୁ ଭିତରେ ବସିଥିବା ଲୋକ ଡରି ଯାଇଥିଲେ । ସେହି ସମୟରେ ମୁକେଶ ସେମାନଙ୍କ ରକ୍ଷା କରିଥିଲେ । ମୁକେଶଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପେଟ୍ରୋଲ ପମ୍ପ ପାଖରେ ହିଁ ମୁକେଶଙ୍କ ଦୋକାନ ଅଛି । କାର ଜଳିବାର ଦେଖି ସେ ପେଟ୍ରୋଲ ପମ୍ପକୁ ଦୌଡ଼ି ଆସିଥିଲେ । ସାହସ ସହ ଗାଡ଼ିର ଷ୍ଟିୟରିଂ ଓ ଚାବି ବୁଲାଇ କାରକୁ ଦୂରକୁ ଠେଲି ଦେଇଥିଲେ । ମୁକେଶଙ୍କର ସାହସିକତା ପାଇଁ ସମସ୍ତେ ତାଙ୍କର ଖୁବ ପ୍ରଂଶସା କରୁଛନ୍ତି ।

Leave a Reply