ବକାସୁରର ମୁହଁ ପୋଡ଼ିଗଲା; କେଉଁଠି, କେତେବେଳେ, କେମିତି ? ଦେଖନ୍ତୁ ଭିଡିଓ

ଦିଗପହଣ୍ଡି: ଗାଁ ଦାଣ୍ଡରେ ନାଟକ ଚାଲିଥିଲା । ସମସ୍ତେ ଖୁସିରେ ଉପଭୋଗ କରୁଥିଲେ ପୌରାଣିକ କଥାବସ୍ତୁ । ମହାଭାରତର ଏହି ଦୃଶ୍ୟକୁ ସମସ୍ତେ ଦେଖୁଥିଲେ । ନିଆଁ ସହ ପାରଦର୍ଶିତା ଦେଖାଉଥିଲେ ପୌରାଣିକ ଚରିତ୍ରରେ ବକାସୁର ଭୂମିକାରେ ଅଭିନୟ କରୁଥିବା ବ୍ୟକ୍ତି ଜଣଙ୍କ । ହେଲେ ହଠାତ୍ ନିଆଁ ଉପରକୁ ନଯାଇ ତାଙ୍କ ମୁହଁରେ ଲାଗି ଯାଇଥିଲା ।ଫଳରେ ବକାସୁର ଭୂମିକାରେ ଅଭିନୟ କରୁଥିବା ବ୍ୟକ୍ତି ଜଣକ ମଞ୍ଚ ଛାଡ଼ି ଜୀବନ ବିକଳରେ ଦୌଡ଼ିବାକୁ ଲାଗିଥିଲେ । ତୁରନ୍ତ ମୁହଁରୁ ମୁଖା ଖୋଲିବା ସହ ବୋଳା ଯାଇଥିବା ରସାୟନିକ ରଙ୍ଗକୁ କାଢ଼ିଥିଲେ । ଏଥିରେ ତାଙ୍କ ପାଟି ପୋଡ଼ି ଯାଇଥିଲା । ତୁରନ୍ତ ଯାତ୍ରା କମିଟ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ଏବେ ସେ ସୁସ୍ଥ ଅଛନ୍ତି ।

ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିବା ଏହି ଘଟଣା ହେଉଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର । କାର୍ତ୍ତିକ ପୂର୍ଣ୍ଣିମା ପରେ ୩ ଦିନ ଧରି ସିଙ୍ଗିପୁରରେ ଠାକୁରାଣୀ ଯାତ୍ରା ହୁଏ । ଏଥିରେ ପ୍ରଦର୍ଶିତ ହୁଏ ବିଭିନ୍ନ ପୌରାଣିକ କଥାବସ୍ତୁ । ଚଳିତ ଥର ମହାଭାରତ ନାଟକ ପରିବେଷଣ ହେଉଥିଲା ।

ହେଲେ, କୌଣସି ସତର୍କତା ଅବଲମ୍ବନ ନକରି ବକାସୁର ଭୂମିକାରେ ଅଭିନୟ କରୁଥିବା ବ୍ୟକ୍ତି ନିଆଁ ସହ ଷ୍ଟଣ୍ଟ ଦେଉଥିଲେ । ଆଉ ମୁହଁରେ ନିଆଁ ଲାଗି ଯାଇଥିଲା । ସୌଭାଗ୍ୟବଶତଃ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

Leave a Reply