ହୁତୁହୁତୁ ହୋଇ ଜଳୁଛି ନୀଳଗିରି କୁଳଡିହା ଜଙ୍ଗଲ

ନୀଳଗିରି: ନଷ୍ଟ ହେଉଛି ପ୍ରକୃତି । ଖରାରର ପ୍ରକୋପ ନ ବଢୁଣୁ ଜଳି ପାଉଁସ ହେଉଛି ଜଙ୍ଗଲ । ହୁତୁହୁତୁ ହୋଇ ଜଳୁଛି ନୀଳଗିରି କୁଳଡିହା ଜଙ୍ଗଲ । ଜଙ୍ଗଲରେ ନିଆଁ ଲାଗିବାର କାରଣ ଅନୁଧ୍ୟାନ କଲେ ବାଲେଶ୍ବର ଡିଏଫ୍ଓ ବିଶ୍ଵରାଜ ପଣ୍ଡା । ନିଆଁକୁ ଆୟତ୍ତ କରିବା ପାଇଁ ନିୟୋଜିତ ଅଛନ୍ତି ୯୦ରୁ ଅଧିକ କର୍ମଚାରୀ, ଅଗ୍ନିଶମ ବାହିନୀ ଓ କିଛି ସ୍ଥାନୀୟ ଅଞ୍ଚଳବାସୀ । ଜଙ୍ଗଲ ସୁରକ୍ଷା ଦିଗରେ ଅଗ୍ନିଶମ ବିଭାଗ ଓ ବନକର୍ମଚାରୀ ମଧ୍ୟରେ ସମନ୍ୱୟ ବୈଠକ ହୋଇଛି ।

ନଣ୍ଡାରି ପର୍ବତର ଶିଖରଠୁ ଆରମ୍ଭ କରି ନିଆଁ ବହୁ ଅଞ୍ଚଳରେ ଧିରେ ଧିରେ ବ୍ୟାପି ଚାଲିଛି । ବହୁ ମୂଲ୍ୟବାନ ଗଛ ସବୁ ନଷ୍ଟହେଲାଣି ଆଉ କିଛି ନଷ୍ଟ ହେବାକୁ ବସିଲାଣି । ଜଙ୍ଗଲରେ ରହୁଥିବା ଜୀବଯନ୍ତୁଙ୍କ ଜୀବନ ବିପଦରେ । ଜଙ୍ଗଲରେ ନିଆଁ ଲାଗିବାରୁ ଆଖପାଖ ଗାଁ ମୁହାଁ ହେଉଛନ୍ତି ବନ୍ୟଯନ୍ତୁ । ଫଳରେ ଭୟରେ କଟୁଛି ଗ୍ରାମବାସୀଙ୍କ ଦିନରାତି ।

ତେବେ ଏହି ଜଙ୍ଗଲ ଜଳିବା ଲାଗୁଛି ଯେମିତି ସାଧାରଣ କଥା ହୋଇ ଗଲାଣି । କାରଣ କେଉଁଠି ଦିନ ହେଲା ଜଙ୍ଗଲ ଜଳୁଛି ଆଉ କେଉଁଠି ୨୪ ଘଣ୍ଟା ଭିତରେ ଲାଗିଛି ନିଆଁ । ଓଡ଼ିଶାର ୨୩୩ ଟି ସ୍ଥାନରେ ଜଳୁଛି ଜଙ୍ଗଲ । କେବଳ ଓଡ଼ିଶାରେ ଜଙ୍ଗଲ ଜଳୁଛି ତାହା ନୁହେଁ । ଦେଶର ଅଧାରୁ ଅଧିକ ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳର ଜଙ୍ଗଲ ବନାଗ୍ନି ଦ୍ୱାରା ପ୍ରଭାବିତ ହେଉଛି ।

Leave a Reply