ଧାମରା ପୋର୍ଟରେ ଅଗ୍ନିକାଣ୍ଡ, ଜଳିଗଲା ବହୁ ସାମଗ୍ରୀ

ଭଦ୍ରକ: ଧାମରା ବନ୍ଦର ନୂଆ ଟର୍ମିନାଲରେ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗି ନୂଆ ଟର୍ମିନାଲ କାର୍ଯ୍ୟ ପାଇଁ ଗଚ୍ଛିତ ଥିବା ସେଟରିଂ ପଟ୍ଟା ଓ ଅନ୍ୟାନ୍ୟ ସାମଗ୍ରୀ ଜଳିଯାଇଛି । ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ପୋର୍ଟର ନୂଆ ଟର୍ମିନାଲରେ ନିଆଁ ଲାଗି ଯାଇଥିଲା ।

କଂକ୍ରିଟ ସ୍ଲାବ ପାଇଁ ଥିବା ପଟ୍ଟା ଓ ଅନ୍ୟାନ୍ୟ ସାମଗ୍ରୀ ସମ୍ପୂର୍ଣ୍ଣ ଭାବେ ପୋଡ଼ି ନଷ୍ଟ ହୋଇଯାଇଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ବନ୍ଦରର ନୂଆ ଟର୍ମିନାଲମ କାମ ଚାଲିଥିବା ବେଳେ ଏଭଳି ଅଗ୍ନିକାଣ୍ଡ ଘଟିଛି ।୍

Leave a Reply