ଗନ୍ଧମାର୍ଦ୍ଦନ ରିଜର୍ଭ ଫରେଷ୍ଟରେ ଏସଓଜି-ମାଓବାଦୀ ଗୁଳିବିନିମୟ, ମାଓକ୍ୟାମ୍ପ ଠାବ, ବିପୁଳ ପରିମାଣର ମାଓସାମଗ୍ରୀ ଜବତ

ବରଗଡ଼: ବରଗଡ଼ ଜିଲ୍ଲାରେ ମାଓବାଦୀ ଏବଂ ଏସ୍‌ଓଜି ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ବରଗଡ଼ ଜିଲ୍ଲା ପାଇକମାଲ ଥାନା ଗନ୍ଧମାର୍ଦ୍ଦନ ରିଜର୍ଭ ଫରେଷ୍ଟରେ ଉଭୟଙ୍କ ମଧ୍ୟରେ ଅଧଘଣ୍ଟା ଧରି ଗୁଳିବିନିମୟ ହୋଇଥିଲା । ଘଞ୍ଚ ଜଙ୍ଗଲରେ ପ୍ରବଳ ବର୍ଷା ହେଉଥିବା ବେଳେ  ଉଭୟ ପଟୁ ଜୋରଦାର ଗୁଳି ଚାଳନା ହୋଇଥିଲା । ପ୍ରାୟ ୩୦ ମିନିଟ ଧରି  ଗୁଳିବିନିମୟ ହୋଇଛି । ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ ।

ସୁରକ୍ଷାକର୍ମୀଙ୍କ ମିଳିତ ଅପରେସନ ସମୟରେ ମାଓ କ୍ୟାମ୍ପ ଠାବ କରାଯିବା ସହ ୩୩ ପ୍ରକାର ମାଓ ସାମଗ୍ରୀ ଜବତ କରାଯାଇଛି । ଯବାନଙ୍କ ପକ୍ଷରୁ କେହି ମୃତାହତ ହୋଇନଥିବା ବେଳେ ମାଓବାଦୀ ମୃତାହତ ହେବା ନେଇ ମଧ୍ୟ କୌଣସି ସୂଚନା ମିଳିନାହିଁ । ଏନେଇ ବରଗଡ଼ ଏସ୍‌ପି ପଦ୍ମିନୀ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ସହ ମାଓବାଦୀମାନେ ସମାଜର ମୁଖ୍ୟସ୍ରୋତକୁ ଫେରିବାକୁ ଆହ୍ବାନ ଦେଇଛନ୍ତି ।

Leave a Reply