ମହାରାଷ୍ଟ୍ରର ଦୁର୍ଦ୍ଦାନ୍ତ ଅପରାଧୀକୁ କଟକରେ ଗୁଳି

1 min read

କଟକ: କଟକରେ ପୁଣି ଏନକାଉଣ୍ଟର । ନରାଜରେ ଦୁର୍ଦ୍ଦ।ନ୍ତ ଡକାୟତ ବବୁଲ ଓରଫ ସଚ୍ଚିନ ପାୱାରକୁ ଗୁଳି । ପୋଲିସକୁ ଚକମା ଦେଇ ଖସିଯିବା ବେଳେ ଚୌଦ୍ୱାର ପୋଲିସ ଏନକାଉଣ୍ଟର କରିଛି । ବବୁଲର ଡାହାଣ ଗୋଡ଼ରେ ଗୁଳି ବାଜିଛି । ତାକୁ ଗୁରୁତର ଅବସ୍ଥାରେ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଗୋଟିଏ ବନ୍ଧୁକ, ୨ ରାଉଣ୍ଡ ଗୁଳି ଓ ୩ ଟି ଖୋକା ଜବତ କରିଛି ପୋଲିସ ।ଦୁଇ ଦିନ ତଳେ ଡକାୟତି ମାମଲାରେ ପୋଲିସ ଉପରକୁ ଗୁଳିମାଡ଼ କରି ଖସି ପଳାଇଥିଲା । ଭୋରରୁ ତାକୁ ଧରିବାକୁ ପୋଲିସ ଚଢାଉ କରିଥିଲା । ପୁଣିଥରେ ଗୁଳିମାଡ଼ କରି ଖସି ପଳେଇବାକୁ  ଉଦ୍ୟମ କରୁଥିବା ବେଳେ ଚୌଦ୍ୱାର ପୋଲିସ ଏନକାଉଣ୍ଟର କରିଛି । ବବଲୁ ୪ ରାଉଣ୍ଡ ଗୁଳିମାଡ଼ କରିଥିବା ବେଳେ ପୋଲିସ ୨ ରାଉଣ୍ଡ ଗୁଳିମାଡ଼ କରିଛି । ଗୁଳି ବିନିମୟରେ ଜଣେ ଏଏସଆଇଙ୍କ ସମେତ ୩ ପୋଲିସ ମଧ୍ୟ ଆହତ ହୋଇଛନ୍ତି ।ଆନ୍ତଃରାଜ୍ୟ ଡକାୟତିରେ ତାର ହାତ ଥିବା ପୋଲିସ ସୂଚନା ଦେଇଛି । ବବଲୁର ଘର ମହାରାଷ୍ଟ୍ରରେ ହୋଇଥିବା ବେଳେ କଟକରେ ଗ୍ୟାଙ୍ଗ ଗଢି ରାଜ୍ୟର ବିଭିନ୍ନ ସ୍ଥାନରେ ଲୁଟପାଟ୍ ଚଳାଇଥିଲା । ବବୁଲ ନାମରେ ବ୍ରହ୍ମପୁର, କଟକ, ରାଉରକେଲା, ତାଳଚେର, ଅନୁଗୁଳ, ବାରପିଦାରେ ଡକାୟତି ମାମଲା ରହିଛି । କଟକରେ ଅଧିକ ଅପରାଧିକ ମାମଲା ରହିଛି । ପୋଲିସ ସୂଚନା ଅନୁସାରେ ଗତ ୯ ତାରିଖରେ ୧୧ ଜଣ ଡକାୟତ ଚୌଦ୍ୱାର ଅଞ୍ଚଳରୁ ଏକ ସୁନା ଦୋକାନରୁ ଲୁଟ୍ କରିବାକୁ ଯୋଜନା କରିଥିଲେ । ଖବର ପାଇ ଚୋଦ୍ୱାର ପୋଲିସ ଓ  ସ୍ପେଶାଲ ସ୍କ୍ୱାଡ୍ ଚଢାଉ କରି ୮ ଜଣଙ୍କୁ ଗିରଫ କରିଥିଲା । ପୂର୍ବରୁ କଟକ କମିଶନରେଟ ପୋଲିସର ଜୋନ-୧ ପୋଲିସ ୫ଟି ଏନକାଉଣ୍ଟର କରିଛି ।

Leave a Reply