କୁଳପତିଙ୍କ କାର୍ଯ୍ୟାଳୟରେ ନିଆଁ

1 min read

ଉତ୍ସଳ ବିଶ୍ୱବିଦ୍ୟାଳୟର କ୍ୟାମ୍ପସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବାଣୀବିହାର କୁଳପତିଙ୍କ କାର୍ଯ୍ୟାଳୟରେ ଲାଗିଛି ନିଆଁ । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବ ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ୨ ଦମକଳ ଗାଡ଼ି ନିୟୋଜିତ ହୋଇଛନ୍ତି । ଅଗ୍ନିଶମ ବାହିନୀର ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଭସ୍ମୀଭୂତ ହୋଇଯାଇଥିବା ଅନୁମାନ୍ କରାଯାଉଛି । ୩୦ ମିନିଟ ଧରି ନିଆଁ ଲାଗିଥିଲା । ')}

Leave a Reply