ବୈଜୟନ୍ତଙ୍କ ବିରୋଧରେ ଥାନାରେ ଏତଲା, ଓଡ଼ିଶାକୁ ବିଶ୍ୱ ଦରବାରରେ ବାରମ୍ବାର ବଦନାମ କରିବା ଗ୍ରହଣୀୟ ନୁହେଁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଭାଜପା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଟୁଇଟ୍ ଓଡ଼ିଶାକୁ ବିଶ୍ୱ ଦରବାରରେ ନିନ୍ଦିତ କରିଛି । ଶାନ୍ତିପ୍ରିୟ ଓଡ଼ିଶାର ଛବିକୁ ଜାଣିଶୁଣି ମଳିନ କରିବାକୁ ଚେଷ୍ଟା କରିଛନ୍ତି ବୈଜୟନ୍ତ । ପ୍ରତିଟି ଘଟଣାକୁ ଧ୍ରୁବୀକରଣ କରି ରାଜ୍ୟରେ ଅରାଜକତା ସୃଷ୍ଟି କରିବା ପାଇଁ ବୈଜୟନ୍ତ ଏପରି ଟୁଇଟ୍ କରିଛନ୍ତି । ଏପରି କାର୍ଯ୍ୟ ଦେଶର ଆଭ୍ୟନ୍ତରଣୀୟ ଏକତା ପ୍ରତି ବିପଦ ସୃଷ୍ଟି କରିବ । ତେଣୁ ବୈଜୟନ୍ତଙ୍କ ଏପରି ଅରୁଚିକର ଟୁଇଟ୍ ପାଇଁ ତାଙ୍କୁ ଗିରଫ କରାଯାଉ ବୋଲି କେନ୍ଦ୍ରାପଡ଼ା ଯୁବ ଓଡ଼ିଶା ଅଭିଯାନ ପକ୍ଷରୁ ଦାବି କରାଯାଇଛି ।

ଏହି ସଙ୍ଗଠନର କେନ୍ଦ୍ରାପଡ଼ା ସଭାପତି ବିଶ୍ୱ ଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କେନ୍ଦ୍ରାପଡ଼ା ଟାଉନ ଥାନାରେ ଏତଲା ଦାୟର କରିଛନ୍ତି । ନିର୍ବାଚନ ହାରିବା ପରେ ବୈଜୟନ୍ତଙ୍କ ବାଚଳାମୀ ବଢି ଯାଉଥିଲା । ନିୟମିତ ବ୍ୟବଧାନରେ ଧ୍ରୁବୀକରଣ ଏବଂ ବିଭାଜନକାରୀ ଟୁଇଟ୍ କରିବା, ଗଣମାଧ୍ୟମରେ ରହିବା ପାଇଁ ଅସତ୍ୟର ଆଶ୍ରୟ ନେଇ ଅରାଜକତା ସୃଷ୍ଟି କରିବା ବୈଜୟନ୍ତଙ୍କ ପ୍ରାଥମିକତା ହୋଇଥିବା ବିଶ୍ୱଭୂଷଣ କହିଛନ୍ତି । ସୋ ଆହୁରି କହିଛନ୍ତି ଯେ, କୌଣସି ପରିସ୍ଥିତିରେ ବି ପାକିସ୍ଥାନର ଉଦାହରଣ ଦେଇ ଓଡ଼ିଶାର ବ୍ୟବସ୍ଥାକୁ ତାତ୍ସଲ୍ୟ କରିବା, ରାଜ୍ୟ ପୋଲିସ ବ୍ୟବସ୍ଥାକୁ ପାକିସ୍ତାନ ସହ ତୁଳନା କରିବା କଦାପି ଗ୍ରହଣୀୟ ନୁହେଁ । ନିଜ ଜନ୍ମମାଟିରେ ବିଶୃଙ୍ଖଳା ଘଟାଇବାକୁ ଚେଷ୍ଟା କରୁଥିବା ବୈଜୟନ୍ତ

ଦେଶଦ୍ରୋହ ଭଳି କାର୍ଯ୍ୟ କରିଛନ୍ତି । ତେଣୁ ତାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ବିଶ୍ୱଭୂଷଣ କହିଛନ୍ତି ।

କେନ୍ଦ୍ରାପଡ଼ା ମାଟିକୁ କଳଙ୍କିତ କରିବାର ହୀନ ପ୍ରୟାସକୁ କଦାପି ବରଦାସ୍ତ କରାଯିବ ନାହିଁ । କେନ୍ଦ୍ରାପଡ଼ାରୁ ଅତୀତରେ ବିଜୁ ପଟ୍ଟନାୟକ, ସୁରେନ୍ଦ୍ର ନାଥ ଦ୍ୱିବେଦୀ,ରବି ରାୟ, ସୁରେନ୍ଦ୍ର ମହାନ୍ତି, ଶ୍ରୀକାନ୍ତ ଜେନା ପ୍ରତିନିଧିତ୍ୱ କରିଥିଲେ । ହେଲେ ଅତୀତରେ କୌଣସି ରାଜନୈତିକ ବ୍ୟକ୍ତି ବୈଜୟନ୍ତଙ୍କ ପରି ଦୁଃସାହସ କରିନାହାନ୍ତି । ବାଣିଜ୍ୟ ଉଦ୍ଦେଶ୍ୟ ରଖି ରାଜନୀତିରେ ପାଦ ଥାପିଥିବା ବୈଜୟନ୍ତ ସମସ୍ତ ନୈତିକତାର ସୀମା ଲଘିଂ ଥିବା ବିଶ୍ୱ ଅଭିଯୋଗ କରିଛନ୍ତି ।

Leave a Reply