ବର୍ଷାଙ୍କ ଏତଲା ଆଧାରରେ ଅନୁଭବ ଓ ତାଙ୍କ ଦୁଇ ସହଯୋଗୀଙ୍କ ନାଁରେ ପୁରୀଘାଟ ଥାନାରେ ମାମଲା ରୁଜୁ

1 min read

ଭୁବନେଶ୍ୱରଛ: ବର୍ଷା -ଅନୁଭବ ବିବାଦ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ବର୍ଷାଙ୍କ ଏତଲା ଆଧାରରେ ପୁରୀଘାଟ ଥାନାରେ ମାମଲା ରୁଜୁ । ୪୯୮(କ)ରେ ରୁଜୁ ହୋଇଛି ମାମଲା । ଅନୁଭବ ଓ ତାଙ୍କ ଦୁଇ ସହଯୋଗୀଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ଶୁକ୍ରବାର ରାତିରେ ନନ୍ଦିସାହି ଘରେ ଅନୁଭବ ବର୍ଷାଙ୍କ ମଧ୍ୟରେ ରୁମରେ ପ୍ରବେଶ କରିବାର ଅଧିକାରକୁ ନେଇ ବଚସା ପରେ ଅନୁଭବ ରୁମରେ ତାଲା ପକାଇଦେଇଥିବା ଅଭିଯୋଗ କରିଥିଲେ ବର୍ଷା ।

ସେ ଘଣ୍ଟାଏ ବାହାରେ ଛିଡ଼ା ହୋଇ ରହିଥିଲେ । କୋର୍ଟ ନନ୍ଦିସାହି ଘରେ ବର୍ଷାଙ୍କୁ ରହିବାର ଅନୁମତି ଦେଇଥିବା ବେଳେ ଅନୁଭବ ସେ ଆଦେଶର ଅବମାନନା କରିଥିବା ନେଇ ବର୍ଷା ପୁରୀଘାଟ ଥାନାରେ ଏତଲା ଦେଇଥିଲେ । ସେପଟେ ନିଜର ସୁରକ୍ଷା ପାଇଁ ସାଂସଦ ଅନୁଭବ ମହାନ୍ତି ପୋଲିସ ଡିଜି ଅଭୟଙ୍କୁ ଚିଠି ଲେଖିଛନ୍ତି । ବର୍ଷା ଓ ତାଙ୍କ ଭଉଣୀ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଅନୁଭବ ଚିଠିରେ ଉଲ୍ଲେଖ କରିଛନ୍ତି ।

କିଛିଦିନ ତଳେ ବର୍ଷା ଓ ତାଙ୍କ ଭଉଣୀଙ୍କ ବାର୍ତ୍ତାଳାପ ଅଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଅନୁଭବ ଓ ତାଙ୍କ ପରିବାର ବିରୋଧରେ ଆପତ୍ତିଜନକ କଥା ହେଉଥିବା ଶୁଣିବାକୁ ମିଲିଥିଲା । ଏହା ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ବୋଲି ଅନୁଭବ କହିବା ସହ ସୁରକ୍ଷା ନେଇ ଡିଜିଙ୍କୁ ଚିଠି ଲେଖିଛନ୍ତି ସାଂସଦ ଅନୁଭବ ମହାନ୍ତି ।

Leave a Reply