ରିପବ୍ଲିକ୍‌ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା

ଭୁବନେଶ୍ୱର: ରିପବ୍ଲିକ୍ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ନାଁରେ ଏତଲା । ଅର୍ଣ୍ଣବଙ୍କ ନାଁରେ ଏତଲା ଦେଲା ଏନଏସୟୁଆଇ । ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଏନଏସୟୁଆଇ ଏତଲା ଦେଇଛି । ଏତଲାରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ତୁରନ୍ତ ଗିରଫ ଦାବି କରାଯାଇଛି । ତେବେ ଅର୍ଣ୍ଣବଙ୍କ ସହ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ମଧ୍ୟ ତଦନ୍ତ ପରିସରକୁ ନିଆଯାଉ ବୋଲି କଂଗ୍ରେସ ଦାବି କରିଛି ।

ଅର୍ଣ୍ଣବ ଗୋସ୍ୱାମୀ ଓ ପୂର୍ବତନ ବାର୍କ ସିଇଓ ପାର୍ଥଦାସ ଗୁପ୍ତା ମଧ୍ୟରେ ହ୍ଵାଟ୍ସଆପ ଚାଟ୍ ସାର୍ବଜନୀନ ହେବାପରେ ଅସନ୍ତୋଷ ଜାହିର କରିଛି କଂଗ୍ରେସ । ଫୁଲଓ୍ଵାମା ଆକ୍ରମଣ ପରେ ପରସ୍ପର ଖୁସି ମନାଉଥିବା ଅଭିଯୋଗ କରିଛି ଛାତ୍ର କଂଗ୍ରେସ । ତେଣୁ ଏଭଳି କାର୍ଯ୍ୟକଳାପ ପାଇଁ ଏଥିରେ ସମ୍ପୃକ୍ତଥିବା ସମସ୍ତଙ୍କୁ ଗିରଫ ଦାବି କରିଛି କଂଗ୍ରେସ ।

ସୂଚନା ଅନୁସରେ , ୨୩ ଫେବ୍ରୁଆରୀ ୨୦୧୯ରେ  ଅର୍ଣ୍ଣବ ଏବଂ ପୂର୍ବତନ ବାର୍କ ସିଇଓ ପାର୍ଥଦାସ ଗୁପ୍ତାଙ୍କ ମଧ୍ୟରେ ଏକ ଚାଟ ହୋଇଥିଲା । ଯାହା ପୁଲୱାମ ଘଟଣା ପରର ଚାଟ ଥିଲା ଏଥିରେ ଦୁହିଁଙ୍କ ମଧ୍ୟରେ ବାର୍ତ୍ତାଳାପ ସମୟରେ ଅର୍ଣ୍ଣବ କହିଥିଲେ ଏଥରକ କିଛି ବଡ଼ ହେବାକୁ ଯାଉଛି ଏହା ଉତ୍ତରରେ ପାର୍ଥଦାସ ଗୁପ୍ତା କଣ ପଚାରିବାରୁ ଅର୍ଣ୍ଣବ ପାକିସ୍ତାନ ଆଡ଼କୁ ଇଙ୍ଗିତ କରିଥିଲେ । ଆଉ ଏହି ଚାଟରୁ ଷ୍ପଷ୍ଟ ବାରି ହୋଇପଡ଼ୁଥିଲା ଯେ, ପୋଷ୍ଟ ପୁଲୱାମାର ଯୋଜନା ବିଷୟରେ ଅଳ୍ପେ ବହୁତେ ଅର୍ଣ୍ଣବଙ୍କୁ ଜଣା ଥିଲା । ତେବେ ଅର୍ଣ୍ଣବଙ୍କ ଏହି ଚାଟ ସାର୍ବଜାନୀନ ହେବା ପରେ ସମ୍ବାଦାତାଙ୍କ ଅସଲି ଚେହେରା ପଦାରେ ପଡ଼ିଛି ।

Leave a Reply