ଖୋଲାରେ ଶୌଚ କଲେ ଦେବାକୁ ପଡ଼ିବ ଜରିମାନା

1 min read

ଭୁବନେଶ୍ୱର: ରାଜଧାନୀ ହେବ ବାହ୍ୟ ଶୌଚମୁକ୍ତ ଅଞ୍ଚଳ । ଏଣିକି ଭୁବନେଶ୍ୱରରେ ଖୋଲାରେ ଶୌଚ କଲେ ଦେବାକୁ ପଡ଼ିବ ଫାଇନ୍‌ । ଏନେଇ ବିଏମସି ପକ୍ଷରୁ ଜାରି ହୋଇଛି ନୋଟିସ୍‌ । ମଳତ୍ୟାଗ କଲେ ୨୦୦ ଓ ପରିଶ୍ରା କଲେ ଦେବାକୁ ପଡ଼ିବ ୧୫୦ ଟଙ୍କା ଜରିମାନା । ଭୁବନେଶ୍ୱରକୁ ସ୍ୱଚ୍ଛ ରଖିବା ପାଇଁ ମହାନଗର ନିଗମ ଏଭଳି କଡ଼ା ନିଷ୍ପତ୍ତି ନେଇଛି । କଠିନ ବର୍ଜ୍ୟବସ୍ତୁ ପରିଚାଳନା-୨୦୧୮ ମୁତାବକ ବିଏମସି ଜରିମାନା ଆଦାୟ କରିବ ।ସହରରେ ସବର୍ସାଧାରଣଙ୍କ ପାଇଁ ୧୯୩ଟି ଶୌଚାଳୟ ରହିଛି । ସେଥିରୁ ୧୦ଟି ବାୟୋ ଟଏଲେଟ ଓ ୨୦ଟି ଇ- ଟଏଲେଟ । ଏଥିରେ ୫୦ ହଜାର ଲୋକ ଉପକୃତ ହୋଇପାରିବ ।  କିନ୍ତୁ ଏବେ ବି ସହରର କିଛି ନିର୍ଦ୍ଧିଷ୍ଟ ସ୍ଥାନରେ ଲୋକସଂଖ୍ୟା ଅନୁପାତରେ ଶୌଚାଳୟ ନାହିଁ । ଅନେକ ସ୍ଥନାର ଟଏଲେଟ୍ ଥିଲେ ବି ଲୋକଙ୍କ ଅଭ୍ୟାସ ବଦଳୁନାହିଁ । ବାହାରେ ପରିଶ୍ରା ଓ ମଳତ୍ୟାଗ କରୁଛନ୍ତି । ଏହାକୁ ରୋକିବା ପାଇଁ ବିଏମ୍‌ସି ଜରିମାନା ଆଦାୟ କରିବ । ')}

Leave a Reply