ନୂଆ ନିଯୁକ୍ତିକୁ ନା, ଖାଲି ପଡ଼ିଥିବା ପଦବୀରେ ଜାରି ରହିବ ଭର୍ତ୍ତି

1 min read

ଭୁବନେଶ୍ୱର: କରୋନା ମାଡ଼ରେ ଅର୍ଥନୀତି କ୍ଷତିଗ୍ରସ୍ତ ହୋଇଥିବା ବେଳେ ପ୍ରଭାବ ପଡ଼ିଛି ରାଜସ୍ୱ ଉପରେ । ଏଥିପାଇଁ ରାଜ୍ୟ ସରକାର ଖର୍ଚ୍ଚ କାଟ୍ ପାଇଁ ନିଷ୍ପତ୍ତି ନେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ବ୍ୟତୀତ ଅନ୍ୟ ବିଭାଗ ଆସନ୍ତା ୨ ବର୍ଷ ଯାଏଁ କୌଣସି ନୂଆ ନିଯୁକ୍ତି କରିପାରିବେ ନାହିଁ । ସରକାର ଲାଗୁ କରିଥିବା ଆର୍ଥିକ କଟକଣା ଓ ନୂଆ ନିଯୁକ୍ତି ଉପରେ ଅର୍ଥ ବିଭାଗ ସ୍ପଷ୍ଟୀକରଣ ରଖିଛି ।

ବର୍ତ୍ତମାନ ଜାରି ରହିଥିବା ନିଯୁକ୍ତି ପ୍ରକ୍ରିୟା ପୂର୍ବଭଳି ଚାଲୁ ରହିବ । ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀ ପୂରଣ କରାଯିବ । ତେବେ, ଏହିସ ସମୟରେ କୋଣସି ନୂତନ ପଦବୀ ସୃଷ୍ଟି କରାଯିବ ନାହିଁ । କେବଳ ଖାଲି ପଡ଼ିଥିବା ପଦଗୁଡ଼ିକରେ ନୂଆ ନିଯୁକ୍ତି ଦିଆଯାଇ ପାରିବ ବୋଲି ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ସ୍ପଷ୍ଟ କରିଛି । ନୂଆ ପଦବୀ ସୃଷ୍ଟି ଉପରେ ୨ ବର୍ଷ ଯାଏଁ କଟକଣା ବଳବତ୍ତର ରହିବ ।

କୋଭିଡ୍-୧୯ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଖର୍ଚ୍ଚ କାଟ ଅଭିଯାନ,ଦୁଇ ବର୍ଷ ପାଇଁ ନୂଆ ନିଯୁକ୍ତି ମନା

ଲକଡାଉନ୍ ଓ ସଟଡାଉନ୍ ଯୋଗୁଁ ରାଜସ୍ୱ ଆଦାୟ କମିଛି । ଲୋକଙ୍କ ରୋଜଗାର ପନ୍ଥା କମିଯାଇଥିବାରୁ ସାମାଜିକ ସୁରକ୍ଷା ଯୋଜନାରେ ସରକାର ପୂର୍ବାପେକ୍ଷା ଅଧିକ ବ୍ୟୟ କରୁଛନ୍ତି । ଏଭଳି ସ୍ଥିତିରେ କରୋନା ମୁକାବିଲା ପାଇଁ ଆଗକୁ ଆଉ ଅଧିକ ଅର୍ଥର ଆବଶ୍ୟକତା ରହିଛି । ଏସବୁକୁ ଦୃଷ୍ଟିରେ ରଖି ସରକାର ନୂଆ ଗାଡ଼ି କିଣିବା ଓ ବୈଠକ ଉପରେ ଅଙ୍କୁଶ ଲଗାଇଛନ୍ତି । ଅଧିକାରୀଙ୍କ ବିଦେଶ ଗସ୍ତକୁ ବ୍ୟାନ୍ କରାଯାଇଥିବା ବେଳେ ପ୍ରଥମ ଶ୍ରେଣୀ ଏସି ଟ୍ରେନ୍ ଯାତ୍ରା ପାଇଁ ମନା କରାଯାଇଛି । ସେହିଭଳି ସରକାରୀ ଅଧିକାରୀ ଗସ୍ତ ବେଳେ ହୋଟେଲ ବଦଳରେ ବାହାର ରାଜ୍ୟରେ ଥିବା ଓଡ଼ିଶା ଭବନରେ ରହିବେ ।

Leave a Reply