ସୁଶାନ୍ତ ସିଂଙ୍କ ମୃତ୍ୟୁର କାରଣ କଣ? ସାମ୍ନାକୁ ଆସିଲା ଫାଇନାଲ ପୋଷ୍ଟମର୍ଟମ୍ ରିପୋର୍ଟ

1 min read

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ପୋଲିସ ପ୍ରଥମରୁ  ଏହାକୁ ଆତ୍ମହତ୍ୟା ମାମଲା ବୋଲି କହିଥିଲା । ଏବେ ପୋଷ୍ଟମର୍ଟମ ରିପୋର୍ଟରେ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି କୁହାଯାଇଛି ।  ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ପୋଲିସକୁ ଆଜି ଅନ୍ତିମ ପୋଷ୍ଟମର୍ଟମ ରିପୋର୍ଟ  ଦିଆଯାଇଛି। ଏହି ରିପୋର୍ଟରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ସାମ୍ନାକୁ ଆସିଛି।

ରିପୋର୍ଟ ଅନୁସାରେ, ସୁଶାନ୍ତ ସିଂ ରାଜପୁତ ଫାଶୀ ଲଗାଇ ଥିବାରୁ ସେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥିଲେ। କେମିକାଲ ଯାଞ୍ଚ ପାଇଁ ଅଭିନେତାଙ୍କ ଭିସରା ମଧ୍ୟ ରଖାଯାଇଥିଲା । ପୂର୍ବରୁ ପୋଷ୍ଟମର୍ଟମ ରିପୋର୍ଟରେ ତିନିଜଣ ଡାକ୍ତରଙ୍କ ଦସ୍ତଖତ ହୋଇଥିବାବେଳେ ଫାଇନାଲ ରିପୋର୍ଟରେ ପାଞ୍ଚ ଜଣ ଡାକ୍ତର ଦସ୍ତଖତ କରିଛନ୍ତି। ଏହି ରିପୋର୍ଟ ପ୍ରସ୍ତୁତ କରିବା ସମୟରେ ଅନେକ ଯାଞ୍ଚ କରାଯାଇଛି  ।

ରିପୋର୍ଟ ଅନୁସାରେ ସୁଶାନ୍ତଙ୍କ ଶରୀରରେ କୌଣସି ପ୍ରକାରର ଆଘାତ ହୋଇନାହିଁ । ତାଙ୍କ ନଖ ମଧ୍ୟ ବହୁତ ପରିଷ୍କାର ଥିଲା । ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟରେ ସୁଶାନ୍ତଙ୍କ ମୃତ୍ୟୁର କାରଣ ଆତ୍ମହତ୍ୟା ବୋଲି କୁହାଯାଇଛି। ରିପୋର୍ଟରେ ଅଭିନେତାଙ୍କ ମୃତ୍ୟୁର କାରଣ ଉପରେ କୌଣସି ପ୍ରକାର ପ୍ରଶ୍ନ ଉଠୁନାହିଁ । ମୁମ୍ବାଇ ପୋଲିସ ମଧ୍ୟ ଏହାର କାର୍ଯ୍ୟରେ ଅନେକ ଖୁଲାସା କରିଛି। ସୁଶାନ୍ତଙ୍କ ଆତ୍ମହତ୍ୟାକୁ ତାଙ୍କ ଏକ୍ସ ମ୍ୟାନେଜର ଦିଶା ସାଲିଆନ  ଆତ୍ମହତ୍ୟା ସହ ଯୋଡା ଯାଉଥିଲା  କିନ୍ତୁ ପୋଲିସ ଏହାକୁ ଅସ୍ୱୀକାର କରିଛି।

ପୋଲିସର ତଦନ୍ତ ବିଷୟରେ କହିବାକୁ ଗଲେ ଏପର୍ଯ୍ୟନ୍ତ ୨୩ ଜଣଙ୍କୁ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ପଚରାଉଚରା କରାଯାଇଛି। ପୋଲିସ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ, ତାଙ୍କ ବିଜନେସ୍ ମ୍ୟାନେଜର, PR ମ୍ୟାନେଜର, କୁଶଲ ଜାଭେରୀଙ୍କ ପରି ଅନେକ ଲୋକଙ୍କ ବୟାନ ରେକର୍ଡ କରିଛି।

Leave a Reply