କରଣ ଜୋହରଙ୍କ ପାର୍ଟି ଉପରେ ଏବେ NCBର ନଜର, ଭିଡିଓରେ କୋକେନର ବ୍ୟବହାର ନେଇ ସନ୍ଦେହ

1 min read

ମୁମ୍ବାଇ: ବଲିଉଡ୍‌ର ଡ୍ରଗ୍‌ସ କନେକ୍ସନ୍ ନେଇ ଏନ୍‌ସିବିର ତନାଘନା । ଅଭିନେତ୍ରୀ ରକୁଲ୍ ପ୍ରୀତ୍ ସିଂଙ୍କୁ ଏନସିବିର ଜେରା । ରିୟାଙ୍କୁ ପଚରାଉଚରା ବେଳେ ରକୁଲଙ୍କ ନାଁ ସାମ୍‌ନାକୁ ଆସିଥିଲା । ଗତକାଲି ହାଇଦ୍ରାବାଦରୁ ମୁମ୍ବାଇ ଆସିଥିଲେ ରକୁଲ । ସେପଟେ କ୍ୱାନ୍ କମ୍ପାନୀର ମ୍ୟାନେଜର କରିସ୍ମା ପ୍ରକାଶ ମଧ୍ୟ ଏନସିବି ଗେଷ୍ଟ ହାଉସରେ ପହଞ୍ଚିଛନ୍ତି । ତାଙ୍କୁ  ଏନ୍‌ସିବି ଡ୍ରଗ୍‌ସ ଲିଙ୍କ୍‌ ନେଇ ପଚରାଉଚରା କରିବ । ବଲିଉଡ୍‌ ଅଭିନେତ୍ରୀ ଦୀପିକାଙ୍କ ହ୍ୱାଟ୍ସଆପ ଚାଟରୁ ଡ୍ରଗ୍ସ ସେବନ ନେଇ ଖୁଲାସା ହୋଇଥିଲା । ସେ କରିସ୍ମାଙ୍କୁ ଡ୍ରଗ୍ସ ମାଗୁଥିବା ଜଣାପଡିଥିଲା । କାଲି ଦୀପିକାଙ୍କ ସମେତ ସାରା ଅଲ୍ଲୀ ଖାନ୍‌ ଓ ଶ୍ରଦ୍ଧା କପୁରଙ୍କୁ ଜେରା କରାଯିବ । ଖୋଲୁଛି ମାୟାନଗରୀର ‘ଡି’ ଲିଙ୍କ । ଏନ୍‌ସିବି ସ୍କାନରରେ ପ୍ରାୟ ୫୦ ସେଲିବ୍ରିଟି । ତାଲିକାରେ ଅନେକ ଜଣାଶୁଣା ଅଭିନେତା, ଅଭିନେତ୍ରୀ, ପ୍ରଡ୍ୟୁସର, ଡାଇରେକ୍‌ଟର ଅଛନ୍ତି । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ଚାଲିଥିବା ତଦନ୍ତରେ ଡ୍ରଗ୍ସ ଲିଙ୍କ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି ।

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଯେବେଠୁ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିଛି ସେବେଠୁ ନାମିଦାମୀ ଲୋକଙ୍କ ନାଆ ସାମ୍ନାକୁ ଆସୁଛି । ତାଜା ଖବର ଅନୁଯାୟୀ ଜୁଲାଇ ୨୭, ୨୦୧୯ ମସିହାରେ କରଣ ଜୋହରଙ୍କ ଘରେ ହୋଇଥିବା ପାର୍ଟି ମଧ୍ୟ NCBର ତଦନ୍ତ ଅନ୍ତର୍ଗତ ଆସିପାରେ । NCB ସନ୍ଦେହ କରୁଛି ଯେ, ସେହି ପାର୍ଟିରେ କୋକେନ୍ ଡ୍ରଗ୍ସର ବ୍ୟବହାର କରାଯାଇଥିଲା । ସେହି ପାର୍ଟିରେ ଉପସ୍ଥିତ ଥିବା ଲୋକମାନେ NCBର ରଡାରରେ ଆସିପାରନ୍ତି ।

କରଣ ଜୋହରଙ୍କ ପାର୍ଟି ଉପରେ NCBର ନଜର

https://www.instagram.com/p/B0bn6fpnRk-/?utm_source=ig_embed&utm_campaign=embed_video_watch_again

କରଣ ଜୋହରଙ୍କ ଏହି ପାର୍ଟିରେ ଅନେକ ବଡ଼ ବଡ଼ ବ୍ୟକ୍ତିତ୍ୱ ସାମିଲ ଥିବା ଦେଖିବାକୁ ମିଳିଥିଲା । ଜୁଲାଇ ୨୭ ତାରିଖରେ ହୋଇଥିବା ଏହି ପାର୍ଟିରେ କୋକେନର ବ୍ୟବହାର ହୋଇଥିବା ସନ୍ଦେହ କରାଯାଉଛି । ଅଭିନେତ୍ରୀ ରାକୁଲ ପ୍ରୀତଙ୍କୁ ପଚରାଉଚରା ପରେ ଏହି ପାର୍ଟିକୁ ନେଇ ତଦନ୍ତ ଆରମ୍ଭ ହୋଇପାରେ । ରାକୁଲ ପ୍ରୀତଙ୍କୁ ପଚରାଉଚରା କରିବା ପରେ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିବା କେପିଏସ୍ ମଲହୋତ୍ରା, କରଣ ଜୋହରଙ୍କ ଘନିଷ୍ଠ କ୍ଷିତିଜ ପ୍ରସାଦ ଏବଂ ଅନୁଭବଙ୍କ ସହ ହେଉଥିବା ପଚରାଉଚରାରେ ସାମିଲ ଥିଲେ ।

ସୂଚନା ଅନୁଯାୟୀ କରଣ ଜୋହରଙ୍କ ଏହି ପାର୍ଟିରେ ଦୀପିକା ପାଦୁକୋନ, ମଲାଇକା ଅରୋଡା, ଶାହିଦ କପୁର, ବରୁଣ ଧୱନ, ଭିକ୍କି କୌଶଲ, ରଣବୀର କପୁର, ଶାହିଦ କପୁରଙ୍କ ସ୍ତ୍ରୀ ମୀରା କପୁର ଭଳି ଷ୍ଟାର ଉପସ୍ଥିତ ଥିଲେ । ଏହି ପାର୍ଟିର ଭିଡିଓ କରଣ ଜୋହର ଜୁଲାଇ ୨୮ ୨୦୧୯ ମସିହାରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ ।

ସୂଚନା ଅନୁଯାୟୀ, ଏକ ଡ୍ରଗ ପେଡଲାର ସହ ପଚରାଉଚରା ବେଳେ ଧର୍ମା ପ୍ରଡକ୍ସନ ସହ ଜଡ଼ିତ କ୍ଷିତିଜ ପ୍ରସାଦଙ୍କ ନାଆ ସାମ୍ନାକୁ ଆସିଥିଲା । ଏଥିପାଇଁ ତାଙ୍କୁ ସମନ ପଠାଯାଇଥିଲା । କ୍ଷିତିଜ ପ୍ରସାଦଙ୍କୁ ତାଙ୍କ ଘରେ ଯାଞ୍ଚ ପାଇଁ ସମନ ପଠାଯାଇଥିଲା । ଏହାପରେ ତାଙ୍କ ଘରେ ପ୍ରମାଣ ଖୋଜିବା ପାଇଁ NCB ଯାଞ୍ଚ କରିଥିଲା । ଇତିମଧ୍ୟରେ ଡ୍ରଗ୍ସ କନେକସନରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି । ସେ ଶନିବାର ଏନସିବି କାର୍ଯ୍ୟାଳୟକୁ ଯିବେ । ସେଠାରେ ତାଙ୍କୁ ଡ୍ରଗ୍ସ କନେକସନ ବିଷୟରେ ଅଧିକ ପଚରାଉଚରା କରିବ NCB ।

ପରିବାର ସହିତ ଗୋଆ ଯାଇଥିଲେ କରଣ ଜୋହର

ସୂଚନା ଅନୁଯାୟୀ, କିଛି ସମୟ ପୂର୍ବରୁ କରଣ ଜୋହର ତାଙ୍କ ପରିବାର ସହିତ ଗୋଆ ଯାଇଥିଲେ। କରଣଙ୍କ ମାଆ ହିରୋ ଜୋହର ଏବଂ ତାଙ୍କ ପିଲାମାନେ ( ରୁହି ଏବଂ ୟଶ ଜୋହର) ମଧ୍ୟ ତାଙ୍କ ସହ ଥିଲେ। ତାଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା ।

Leave a Reply