ଚାଷୀକୁ ମୋହରା କରି ଚାଲିଛି ରାଜନୀତି ରୁଟି ସେକା…

1 min read

ନୂଆଦିଲ୍ଲୀ: ଏବେ ନଜର ଆସନ୍ତା ୩ ତାରିଖ ଉପରେ । କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରୁଥିବା ଚାଷୀ ଓ ସରକାରଙ୍କ ମଧ୍ୟରେ ଏହି ଦିନ ୨ୟ ଆଲୋଚନା ହେବାର ରହିଛି । ପ୍ରଥମ ଆଲୋଚନାରେ କୌଣସି ନିଷ୍କର୍ସ ବାହାରି ପାରିନଥିଲା । ୩୫ ସଙ୍ଗଠନର ମୁଖିଆଙ୍କ ସହ ସରକାର ବିସ୍ତ୍ରୃତରେ ଆଲୋଚନା କରି କିଛି ପ୍ରସ୍ତାବ ରଖିଥିଲେ ମଧ୍ୟ ଆଲୋଚନା ବିଫଳ ହେଲା । ତେବେ ଆଲୋଚନା ସରି ନିଷ୍କର୍ସ ନଆସିବା ପର୍ଯ୍ୟନ୍ତ ଚାଷୀ ଦିଲ୍ଲୀରେ ଧାରଣା ଦେଉଛନ୍ତି । ଥଣ୍ଡା-କାକରରେ ପଡି ଲଢେଇ ଜାରି ରଖିଛନ୍ତି ।

ଅନ୍ୟପକ୍ଷରେ ଚାଷୀ ଆନ୍ଦୋଳନ ନେଇ ରାଜନୈତିକ ବୟାନବାଜି ଓ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଏହି କ୍ରମରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରେନ୍ଦ୍ର ସିଂ ଅରିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି । ଗତ କାଲି ସେ କହିଥିଲେ, ଚାଷୀଙ୍କ ବିରୋଧରେ ଆସିଥିବା ଏହି ବିବାଦୀୟ ଓ କଳା ଆଇନ ପଛରେ କେଜ୍ରିୱାଲଙ୍କର ମଧ୍ୟ ହାତ ରହିଛି । ତେବେ ଏହାର ଉତ୍ତର ରଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଚାଷୀ ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିବା କିମ୍ୱା ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରିବାର ସମୟ ଏହା ନୁହେଁ । ଚାଷୀ ଦେଶର ମେରୁଦଣ୍ଡ । ଏଭଳି ସମୟରେ ସେମାନଙ୍କ ଦାବିକୁ ସମ୍ମାନ ଦେଇ କିଭଳି ସମସ୍ୟାର ସମାଧାନର ରାସ୍ତା ବାହାରି ପାରିବ ସେନେଇ ବିଚାର କରିବା ଉଚିତ୍ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା ଜାରି କରି ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି ଓ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଏହି ଆଇନ ଲାଗୁ କରିବାରେ ରାଜ୍ୟର କୌଣସି ଭୂମିକା ନଥାଏ । କିମ୍ୱା ରାଜ୍ୟ ସରକାର ଚାହିଁଲେ ମଧ୍ୟ କୃଷି ଆଇନକୁ ରୋକିବା ସମ୍ଭବ ନଥିଲା । ସେହିଭଳି ଚାଷୀ ଆନ୍ଦୋଳନ ତେଜିବା ବେଳୁ ହିଁ କେନ୍ଦ୍ର ସରକାରଙ୍କ ଚାପ ତାଙ୍କ ଉପରେ ଥିଲା । କେନ୍ଦ୍ର ସରକାର ଚାହୁଁଥିଲେ, ଚାଷୀମାନଙ୍କୁ ଦିଲ୍ଲୀରେ ଥିବା ୮ଟି ଷ୍ଟାଡିୟମରେ ଧାରଣା ଦେବାକୁ ରାଜ୍ୟ ସରକାର ଅନୁମତି ଦିଅନ୍ତୁ । ମାତ୍ର ସେଭଳି କରିବାରେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିନଥିଲୁ ।

ତେଣୁ ଆମ ଉଦ୍ଦେଶ୍ୟ କିମ୍ୱା ଆଭିମୁଖ୍ୟ ଉପରେ ସନ୍ଦେହ ରଖିବା ଉଚିତ ନୁହେଁ ବୋଲି କେଜ୍ରିୱାଲ୍ କହିଛନ୍ତି । କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରେନ୍ଦ୍ର ସିଂକୁ ପାଲଟା ପ୍ରଶ୍ନ କରିଛନ୍ତି ଯେ ଏହି ତିନି ଆଇନ ଆଣିବା ପୂର୍ବରୁ ସରକାର ଏକ କମିଟି ଗଠନ କରିଥିଲେ । କମିଟି ବିଭିନ୍ନ ପ୍ରସଙ୍ଗ ଉପରେ ତର୍ଜମା କରିବାର ଥିଲା । ଏହି ସମୟରେ ଅମରେନ୍ଦ୍ର ସିଂ କାହିଁକି ଚୁପ୍ ଥିଲେ ପ୍ରଥମେ ତାର ଉତ୍ତର ଦିଅନ୍ତୁ ।

Leave a Reply