ଭୂତାଣୁ ଭୟ: କରୋନା ଭୟରେ ଶବ ପାଖ ମାଡ଼ିଲେନି ସାହିପଡ଼ିଶା

ରାୟଗଡା: ଭୂତାଣୁ ସନ୍ଦେହରେ ପୁଣି ଶବକୁ ମିଳିଲାନି କାନ୍ଧ । କରୋନା ମହାମାରୀ ଆଗରେ ହାର ମାନିଛି ମାନବିକତା । କରୋନାର କାୟା ଯେମିତି ବିସ୍ତାର ହେବାରେ ଲାଗୁଛି ଠିକ୍ ସେମିତି କରୋନାକୁ ନେଇ ଲୋକଙ୍କ ମନରେ ଭୟ ମଧ୍ୟ ଘନିଭୂତ ହେବାରେ ଲାଗୁଛି । ଭୂତାଣୁ  ଭୟ, ଲୋକଙ୍କ ମାନବିକତାକୁ ଜଳାଞ୍ଜଳି ଦେଉଛି । ଏଭଳି ପରିସ୍ଥିତିରେ ଯହାରା ବି ମୃତ୍ୟୁ ହେଉଛି ସେ କରୋନା ଜନିତ ମୃତ୍ୟୁ ନ ହେଲେ ବି ତାହା ଲୋକଙ୍କ ଆଖିରେ କରୋନା ମୃତ୍ୟୁ ପାଲଟି ଯାଉଛି । ଏହାପରେ ସେମାନେ ମୃତ ଶରୀର ପାଖକୁ ଆସିବାକୁ କୁଣ୍ଠାବୋଧ ହେଉଛନ୍ତି । ରାୟଗଡ଼ାରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ।

୪ ଘଣ୍ଟା ଧରି ବାହାରେ ପଡ଼ି ରହିଛି ଶବ । ରାୟଗଡ଼ା ଗୁଡ଼ାରି ପୌର ପରିଷଦ ଅଞ୍ଚଳର ଏ ଘଟଣା ଏବେ ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରୁଛି । ବାରାଟମ କାରୁବୁ ନାମକ ନାମକ ଜଣେ ବ୍ୟକ୍ତିଙ୍କ ହୃଦଘାତରେ ମୃତ୍ୟୁ ହେବା ପରେ ଶେଷକୃତ୍ୟ ପାଇଁ ଏଭଳି ଅଭାବନୀୟ ପରିସ୍ଥିତିର ସାମ୍ନା କରିଛନ୍ତି ପରିବାର ଲୋକ ।

ଭୂତାଣୁ ଭୟରେ ସାହିପଡିଶା ପାଖ ମାଡ଼ି ନଥିଲେ । ସତେ ଯେମିତି ଏହି ଶବ ତାଙ୍କର କିଛିକ୍ଷତି କରିଯାଇଛି ତାକୁ ନେଇ ଲୋକଙ୍କ ମଧ୍ୟରେ ଟୁପୁରୁଟାପୁରୁ ଆରମ୍ଭ ହୋଇଯାଇଥିଲା । କିନ୍ତୁ କେହି ବି ପାଖକୁ ଆସିବାକୁ ଡରୁଥିଲେ ଏଭିତରେ ମଶାଣି ଅପେକ୍ଷାରେ ପଡ଼ି ରହିଥିଲା ଶବ । ଏଭଳି ସମୟରେ ସ୍ଥାନୀୟ ଯୁବକ ରଞ୍ଜନ ରଥ  ତାଙ୍କ ଦୁଇ ସାଙ୍ଗ ବଳିଆ ସାହୁ ଓ ଚିନାରି ନାଗରାଜୁ ଙ୍କୁ ପିପିଇ କିଟ୍ ପିନ୍ଧି ଶେଷକୃତ୍ୟ ସମ୍ପର୍ଣ୍ଣ କରିଛନ୍ତି । ତେବେ ୩ ଯୁବକଙ୍କ ମହାନତାକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଂଶସା କରାଯାଇଛି ।

(ଗୁଣୁପୁରରୁ ଜନାର୍ଦ୍ଦନ ମହାପାତ୍ର )

Leave a Reply