କରୋନାକୁ ରୋକିବା ପାଇଁ ଆସିଲା ସବୁଠାରୁ କମ ମୂଲ୍ୟର ଔଷଧ, ଜାଣନ୍ତୁ ଔଷଧର ମୂଲ

1 min read

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ କମ୍ପାନୀ ବିଭିନ୍ନ ପ୍ରକାରର ଔଷଧ ତିଆରି କରିଛନ୍ତି । କିନ୍ତୁ ଏସବୁ ମଧ୍ୟରୁ କିଛି ଔଷଧକୁ ବଜାରରେ ବିକ୍ରି କରିବା ପାଇଁ ଅନୁମତି ମିଳିଛି । କହିବାକୁ ଗଲେ ଏପର୍ଯ୍ୟନ୍ତ କରୋନାର ପ୍ରତିଷେଧକ ଟିକା ବାହାରି ପାରିନାହିଁ । ବୈଜ୍ଞାନିକ ମାନେ ପ୍ରତିଟି ସମୟରେ କରୋନା ପ୍ରତିଷେଧକ ଖୋଜିବା ପାଇଁ ଚେଷ୍ଟା ଚଳାଇଛନ୍ତି । ତେବେ ଆଉ ଏକ କମ୍ପାନୀ କରୋନା ଭାଇରସ୍‌ର ସବୁଠାରୁ କମ ମୂଲ୍ୟର ଆଣ୍ଟି ଭାଇରସ ପ୍ରସ୍ତୁତ କରିଛି  ।

କରୋନା ପାଇଁ ସବୁଠାରୁ ସସ୍ତା ଔଷଧ ତିଆରି ହୋଇ ସାରିଛି । ଏହି ଔଷଧକୁ ବଜାରକୁ ଆଣିବା ପାଇଁ ଏକ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ମଧ୍ୟ ଅନୁମତି ପାଇଛି । ଏହି ଔଷଧକୁ ବଜାରକୁ ଆଣିବା ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (DCGI) ଙ୍କ ଠାରୁ ଅନୁମତି ପାଇଛି । ଏହି ଔଷଧର ଗୋଟିଏ ଟାବଲେଟ୍ କେବଳ ୫୯ ଟଙ୍କା ପାଇଁ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି ।

ଏହି ଔଷଧର ନାମ ହେଉଛି ଫାଭିଟନ୍ । ଏହା ବ୍ରିଣ୍ଟନ୍ ଫାର୍ମାସ୍ୟୁଟିକାଲ୍ସ ଦ୍ୱାରା ପ୍ରସ୍ତୁତ ହୋଇଛି । କମ୍ପାନୀ ଦାବି କରିଛି ଯେ ଏକ ଆଣ୍ଟିଭାଇରାଲ୍ ଔଷଧ ଯାହା କରୋନା ରୋଗୀଙ୍କୁ କରୋନା ଭୂତାଣୁର ମୁକାବିଲା କରିବାରେ ସାହାଯ୍ୟ କରିବ । ଏହି ଔଷଧ ବଜାରରେ ଫାଭିପିରାଭିର ନାମରେ ମଧ୍ୟ ବିକ୍ରି ହୁଏ । ବ୍ରିଣ୍ଟନ୍ ଫାର୍ମା କହିଛନ୍ତି ଯେ ଫେଭିଟନ୍ ୨୦୦ ମିଲିଗ୍ରାମ ଟାବଲେଟରେ ଆସିବ । ଏକ ଟାବଲେଟର ମୂଲ୍ୟ ମାତ୍ର ୫୯ ଟଙ୍କା ହେବ ।

ବ୍ରିଣ୍ଟନ୍ ଫାର୍ମା ସିଏମଡି ରାହୁଲ କୁମାର ଦର୍ଡା କହିଛନ୍ତି ଯେ ଆମେ ଚାହୁଁଛୁ ଯେ ଏହି ଔଷଧ ଦେଶର ପ୍ରତ୍ୟେକ କରୋନା ରୋଗୀଙ୍କୁ ଦିଆଯାଉ। ଆମେ ଏହାକୁ ପ୍ରତ୍ୟେକ କୋଭିଡ୍ କେନ୍ଦ୍ରରେ ପହଞ୍ଚାଇବୁ । ଆମର ଔଷଧର ମୂଲ୍ୟ ମଧ୍ୟ ସ୍ଥିର ହୋଇଛି । ଏହା ଏକ ଶସ୍ତା ଔଷଧ । କମ୍ପାନୀ କହିଛି ଯେ ଏହି ସମୟରେ ସମସ୍ତଙ୍କୁ ଫାଭିପିରାଭିର ଔଷଧ ଦରକାର । ଏହି ଔଷଧ ସେହି ରୋଗୀଙ୍କ ପାଇଁ ସର୍ବୋତ୍ତମ, ଯେଉଁମାନଙ୍କର କରୋନାର ସାମାନ୍ୟ କିମ୍ବା ମଧ୍ୟମ ସଂକ୍ରମଣ ଥାଏ । କରୋନାଭାଇରସର ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତରେ DCGI ଦ୍ୱାରା ଫାଭିପିରାଭିର ଅନୁମୋଦନ କରାଯାଇଥିଲା । ବର୍ତ୍ତମାନ ଏହାକୁ ବଜାରକୁ ଆଣିବାକୁ ଅନୁମତି ଦିଆଯାଇଛି ।

Leave a Reply