ଖରାପ କିଟ୍ ଯୋଗୁଁ ଭିସୁଟରେ ଏକାଧିକ ପଜିଟିଭ ମାମଲା ଚିହ୍ନଟ: ଏସିଏସ୍ ପ୍ରଦୀପ୍ତ ମହାପାତ୍ର

1 min read

ବୁର୍ଲା: ବୁର୍ଲା ଭିସୁଟରେ କେହି ହୋଇନାହାନ୍ତି କରୋନା ପଜିଟିଭ । ଏହି ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଆଣ୍ଟିଜେନ୍ କିଟ୍‌ ଖରାପ ଯୋଗୁ ବୁର୍ଲାରେ ଏକାଧିକ ପଜିଟିଭି ରିପୋର୍ଟ ଆସିଥିଲା । ପରେ ପୁଣି ଟେଷ୍ଟ କରିବାରୁ ରିପୋର୍ଟ ନେଗେଟିଭ ଆସିଥିବା ପ୍ରଦୀପ୍ତ କହିଛନ୍ତି । ଖୁବଶୀଘ୍ର ସେସବୁ କିଟ୍ ପ୍ରତ୍ୟାହାର କାରଯିବ ବୋଲି ସେ କହିଛନ୍ତି।

ସେପଟେ ବୁର୍ଲାରେ ସ୍ଥିତି ଭଲ ଅଛି । ବୁର୍ଲାରେ କଣ୍ଟେନମେଣ୍ଟ ଜୋନ୍ ହଟିବା ନିଷ୍ପତ୍ତି ସମ୍ବଲପୁର ଜିଲ୍ଲା ପ୍ରଶାସନ ନେବ । ସୁସ୍ଥ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ହଷ୍ଟେଲରେ ରଖାଯାଇଛି । ଜଣେ ମାତ୍ର ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ଏବେ ସେ ଭଲ ଅଛନ୍ତି  । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

 

ଡା. ମିଶ୍ର ଆହୁରି କହିଛନ୍ତି ଯେ ରାଜ୍ୟରେ କରୋନା ପଜିଟିଭି କେସ ବଢିଥିଲା । ହେଲେ ଏବେ ନିୟନ୍ତ୍ରଣରେ ଅଛି । ଶହେ ତଳେ ଅଛି ପଜିଟିଭ ସଂଖ୍ୟା। କରୋନା ପଜିଟିଭି ଚିହ୍ନଟ ପରେ ILSକୁ ଜେନମ ପଠାଯାଇଛି । ସେମାନେ NCDSକୁ ପଠାଇବେ । ବାଲେଶ୍ଵରର ଗୋଟିଏ କେସ ଓ ଗଞ୍ଜାମର ୪ଟି କେସ ପଠାଯାଇଛି । ଗଞ୍ଜାମର କରୋନା ପଜିଟିଭ୍‌ ବ୍ୟକ୍ତି ଜଣଙ୍କ ଦକ୍ଷିଣ ଆଫ୍ରିକାରୁ ଫେରିଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ବସ୍ଥା ଠିକ ଅଛି।

ସୂଚନାଯୋଗ୍ୟ, ଆଜିର ଟିକାକରଣ ପ୍ରକ୍ରିୟାରେ ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ତାଙ୍କ ପତ୍ନୀ ମଧ୍ୟ ଟିକା ନେଇଛନ୍ତି । ସେହିପରି ବିଧାୟକ ନବ ଚରଣ ମାଝି, ଅରବିନ୍ଦ ଢାଲି, ଶ୍ରୀକାନ୍ତ ସାହୁ, ମୁକେଶ ମହାଲିଙ୍ଗ ମଧ୍ୟ ସାମିଲ ହୋଇଛନ୍ତି । ସେପଟେ ବଲାଙ୍ଗୀରରେ ନରସିଂହ ମିଶ୍ର, କଟକରେ ସୁବାସ ସିଂ ଓ ଦେବାଶିଷ ସାମନ୍ତରାୟ ନେଇଛନ୍ତି ଟିକା ।

 

ଅନ୍ୟପକ୍ଷରେ ପୂର୍ବତନ ବିଧାୟକ ସୀତାକାନ୍ତ ମହାପାତ୍ର ମଧ୍ୟ ଟିକା ନେଇଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ବିଧାନସଭା ପରିସରରେ ଥିବା ହସ୍ପିଟାଲରେ ଟିକା ନେଇଥିଲେ । ଏବଂ ରାଜ୍ୟବାସୀଙ୍କୁ ମଧ୍ୟ ଟିକାକରଣରେ ସାମିଲ ହେବାକୁ ଆହ୍ବାନ ଦେଇଥିଲେ । ସୋମବାର ଆରମ୍ଭ ହୋଇଥିବା ଭ୍ୟାକ୍ସିନ ପ୍ରକ୍ରିୟାରେ ରାଜ୍ୟର ବରିଷ୍ଠ ନାଗରିକ ମାନେ ସାମିଲ ହୋଇଥିଲେ ।

 

Leave a Reply