ଭୂତପ୍ରେତ ଭୟ ଦେଖାଇ ସୁଶାନ୍ତଙ୍କୁ ଘର ଛାଡିବାକୁ ବାଧ୍ୟ କରିଥିଲେ ରିୟା !

1 min read

ପାଟନା: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଆଜି ଅଚାନକ ନୂଆ ମୋଡ ଆସିଛି । ପିତା କେ କେ ସିଂହଙ୍କ ଏତଲା ପରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟାଙ୍କୁ ନେଇ ଅନେକ ପ୍ରଶ୍ନ ଉଠୁଛି । ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଫ୍ୟାନ୍ ରିୟାଙ୍କୁ ଏଥିପାଇଁ ଦାୟୀ କରୁଥିଲେ । କିନ୍ତୁ ପରିବାର ଚୁପ ଥିଲା । ଏବେ ପରିବାର ପକ୍ଷରୁ  ଯେଉଁ ଅଭିଯୋଗ ଆସିଛି ତାହା ରିୟାଙ୍କ ପାଇଁ ଆଶ୍ୱସ୍ତୀକର ନୁହେଁ । ଏଫଆଇଆରରେ ରିୟା ଓ ତାଙ୍କ ପରିଜନଙ୍କ ବିରୋଧରେ ଷଡ଼ଯନ୍ତ୍ର ଅଭିଯୋଗ କରିଛନ୍ତି ସୁଶାନ୍ତଙ୍କ ପିତା ।

ଏଫଆଇଆରରେ କ’ଣ ଅଛି ?

ଇଏ ହେଉଛି ସେହି ଏଫଆଇଆରର କପି । ଏଫଆଇଆରରେ ପିତା କେ କେ ସିଂହ ଲେଖିଛନ୍ତି ଯେ, ମୋ ପୁଅ ଅତ୍ୟନ୍ତ ଭାବୁକ ଥିଲା । ତା’ ମା’ଙ୍କ ମୃତ୍ୟୁ ପରେ ତାର ଏହି ସ୍ୱଭାବ ବାବଦରେ ମୁଁ ଜାଣିବାକୁ ପାଇଥିଲି । ମୋ ପୁଅ ବଲିଉଡରେ ଭଲ କାମ କରୁଥିଲା । ଲେ ନିଜ ଅଭିନୟ ପାଇଁ ଅନେକ ପୁରସ୍କାର ପାଇଥିଲା । ୨୦୧୯ ବେଳକୁ ସେ ଅଭିନୟ ଜଗତରେ ଶିର୍ଷ ସ୍ଥାନରେ ପହଂଚି ସାରିଥିଲା । ଏହି ସମୟରେ ରିୟା ଚକ୍ରବର୍ତ୍ତି ନାମକ ଝିଅ ନିଜ ପରିବାର ଲୋକଙ୍କ ସହ ମିଶି ଷଡ଼ଯନ୍ତ୍ର ପୂର୍ବକ ମୋ ପୁଅ ସହ ସମ୍ପର୍କ ବଢାଇଥିଲା । ତା’ର ଉଦ୍ଦେଷ୍ୟ ଥିଲା ମୋ ପୁଅର ସମ୍ପର୍କକୁ ବ୍ୟବହାର କରି ବଲିଉଡରେ ପ୍ରତିଷ୍ଠିତ ହେବା ଏବଂ ମୋ ପୁଅର ଟଙ୍କା ହଡପ କରିବା’

ସୁଶାନ୍ତଙ୍କ ପିତା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସୁଶାନ୍ତଙ୍କ ସହ ସଂପର୍କ ବଢାଇବା ପରେ ରିୟା ଓ ତାଙ୍କ ପରିବାର ଅଭିନେତାଙ୍କ ସବୁ କାମ ଓ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ ଆରମ୍ଭ କରିଥିଲେ । ସେମାନଙ୍କ ପାଇଁ ସୁଶାନ୍ତ ନିଜ ପରିବାରଠାରୁ ଦୁରେଇ ଯାଇଥିଲେ ।

ଭୂତ ପ୍ରେତ ଭୟ ଦେଖାଇ ପୁରୁଣା ଘର ଖାଲି କରାଇଥିଲେ ରିୟା !

riya
ସୁଶାନ୍ତଙ୍କ ପିତା ଆଉ ଗୋଟିଏ ସଂଗୀନ ଅଭିଯୋଗ କରିଛନ୍ତି । ତାଙ୍କ ଅନୁସାରେ ସୁଶାନ୍ତ ଆଗରୁ ଯେଉଁ ଘର କିଣିଥିଲେ ତାକୁ ବିକ୍ରି କରିବା ପଛରେ ରିୟାଙ୍କ ଭୂମିକା ଥିଲା । ରିୟା ଓ ତାଙ୍କ ପରିବାର ସୁଶାନ୍ତଙ୍କ  ମନରେ ସେହି ଘରେ ଭୂତପ୍ରେତ ରହୁଥିବା ବିଶ୍ୱାସ ଜନ୍ମାଇଥିଲେ । ଫଳରେ ସୁଶାନ୍ତ ପୁରୁଣା ଘର ଛାଡି ଭଡା ଘରକୁ ଆସିଥିଲେ ବୋଲି ତାଙ୍କ ପିତା ଅଭିଯୋଗ କରିଛନ୍ତି ।

ରିୟା କିଛି ଉତ୍ତର ଦେଲେଣି କି ?

https://www.instagram.com/p/CCnBR95HAmO/?utm_source=ig_embed

ରିୟା ଏପର୍ଯ୍ୟନ୍ତ ଏହି ଅଭିଯୋଗ  ଉପରେ କୌଣସି ଉତ୍ତର ଦେଇ ନାହାନ୍ତି । ତେବେ ସୁଶାନ୍ତଙ୍କ ମୃତ୍ୟୁକୁ ୩୦ ଦିନ ପୁରିବା ସମୟରେ ସେ ଗୋଟିଏ ଇମୋସନାଲ ପୋଷ୍ଟ କରିଥିଲେ । ଯେଉଁଥିରେ ସୁଶି ମୁଁ ତୁମକୁ ବହୁତ ମିସ୍ କରୁଛି । କିନ୍ତୁ ଆଶା କରୁଛି ତୁମେ ତାରାଙ୍କ ଗହଣରେ ଭଲରେ ଥିବ ।

Leave a Reply