ଝିଅକୁ ଅପହରଣ କରି ରାୟଗଡାରେ ବାପା ଗିରଫ

ରାୟଗଡା: ଝିଅକୁ ଅପହରଣ କରି ଗିରଫ ହେଲା ବାପା । ରାୟଗଡ଼ା ଜିଲ୍ଲା ସଦର ମହକୁମା ଜେଏସକୋ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ସୂଚନା ଅନୁସାରେ ଶାଳକଙ୍କ ଉପରେ ଦୋଷ ଲଦିବାକୁ ଯାଇ ନିଜ ଝିଅକୁ ଅପହରଣ କରି ନାଟକ ରଚିଥିଲେ ବାପା ଦୋରା କଣ୍ଡାଗରି । ନିଜ ନାତୁଣିର ଅପହରଣ ହୋଇଥିବା ନେଇ ଦୋରାଙ୍କ ମାଆ ପୋଲିସରେ ଏତଲା ଦେଇଥିଲେ । ଅପହରଣ ପଛରେ ଦୋରାଙ୍କର ୨ଜଣ ଶାଳକ ଥିବା ଥାନାରେ ଅଭିଯୋଗ ହୋଇଥିଲା ।

ତେବେ ପୋଲିସ ଘଟଣାର ତଦନ୍ତ କରି ଝିଅର ବାପା ହିଁ ଅପହରଣ କରିଥିବା ଜାଣିବାକୁ ପାଇଥିଲେ। ପରେ ନାବାଳିକା ଝିଅକୁ ପୋଲିସ୍ ଉଦ୍ଧାର କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ଅପହରଣକାରୀ ବାପା ଓ ତାର ୨ ସହଯୋଗୀଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୁତ୍ରରୁ ପ୍ରକାଶ ।

Leave a Reply