ମା’ ଓ ଝିଅକୁ ମରଣାନ୍ତକ ଆକ୍ରମଣ: ଗୁରୁତର ଅବସ୍ଥାରେ ଝିଅ ମେଡିକାଲରେ ଭର୍ତ୍ତି

ମାଲକାନଗିରି:  କାଲିମେଳା ବ୍ଳକ ମୋଟୁ ଥାନା ଅନ୍ତର୍ଗତ ବିନାୟକପୁର ଅଞ୍ଚଳରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ରାତିରେ ଘରେ ଶୋଇଥିବା ଅବସ୍ଥାରେ ଘରେ ପଶି କେହି ଜଣେ ଦୁର୍ବୃତ୍ତ ଘରେ ପଶି ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲା ।  ଆକ୍ରମଣରେ ମା’ର ମୃତ୍ୟୁ ଘଟିଛି ଏବଂ ଗୁରୁତର ଅବସ୍ଥାରେ ଝିଅକୁ ଉଦ୍ଧାର କରାଯାଇ ପ୍ରଥମେ ମୋଟୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତେବେ ହତ୍ୟାକାଣ୍ଡର ସଠିକ କାରଣ ଜଣାପଡିନଥିବା ବେଳେ ଖବର ପାଇ ମୋଟୁ ଥାନା ଅଧିକାରୀ ରଘୁନାଥ ମାଝିଙ୍କ ନେତୃତରେ ଏକ ପୋଲିସ ଟିମ ବିନାୟକପୁର ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ ବୃଦ୍ଧା ଜଣଙ୍କ ହେଉଛନ୍ତି ସାଲବମ ଲାଛି ଏବଂ ଗୁରୁତର ଥିବା ଝିଅ ହେଉଛନ୍ତି କାନି ସାଲବମ । ଗୁରୁବାର ସକାଳେ ଗ୍ରାମର ଦୁଇଜଣ ଯୁବକ ସେହି ଘରପାଖଦେଇ ଯାଉଥିବା ସମୟରେ ଘର ବାରଣ୍ଡାରେ ଥିବା ଖଟଉପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବୃଦ୍ଧାଙ୍କୁ ଦେଖି ସ୍ଥାନୀୟଲୋକମାନଙ୍କୁ କହିଥିଲେ।ଘଟଣା ସ୍ଥଳରେ ପୋଲିସ ପହଂଚି ଅନୁସନ୍ଧାନ ଆରମ୍ଭ କରିଛି।

 

Leave a Reply