ଫାସଟାଗ୍ ଗେଟରେ ଟଙ୍କା ଦେଇ ବି ଯାଇପାରିବେ

1 min read

ଭୁବନେଶ୍ୱର: ଆଜିଠାରୁ ସାରାଦେଶରେ ଲାଗୁ ହୋଇଛି ଫାସଟାଗ୍ ବ୍ୟବସ୍ଥା । ଟୋଲ୍ ପ୍ଲାଜାରେ ଫାସଟାଗ୍ ଗେଟ୍ ଦେଇ କ୍ରସ୍ କଲେ ସ୍ୱୟଂ ଆପଣଙ୍କ ଆକାଉଣ୍ଟରୁ କଟିଯିବ ଟଙ୍କା । ଯଦି, ଆପଣଙ୍କ ଗାଡ଼ିରେ ଫାସଟାଗ୍ ଲାଗିନାହିଁ ଆଉ ଆପଣ ଫାସଟାଗ୍ ଗେଟ୍ ଦେଇ ଅତିକ୍ରମ କରୁଛନ୍ତି । ତେବେ, ଆପଣଙ୍କୁ ଏହା ମହଙ୍ଗା ସାବ୍ୟସ୍ତ ହୋଇପାରେ । ମାନେ ଦେବାକୁ ଥିବା ଦେୟର ଦୁଇଗୁଣା ଅର୍ଥ ଗଣିବାକୁ ପଡ଼ିବ ।ତେବେ, NHAI ବା ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ ଦେଶର ୬୫ଟି ଟୋଲ୍ ପ୍ଲାଜାରେ କ୍ୟାସ୍ କାରବାରକୁ ଅନୁମତି ଦେଇଛନ୍ତି । ମାନେ ଆପଣ ଦେଶର ୬୫ଟି ଫାସଟାଗ୍ ଗେଟରେ ମଧ୍ୟ ଦେୟ କ୍ୟାସ୍ ବା ଟଙ୍କା ଆକାରରେ ପୈଠ କରିପାରିବେ । ଅତ୍ୟଧିକ ଟଙ୍କା ଦେଣନେଣ ଯୋଗୁ NHAI କର୍ତ୍ତୃପକ୍ଷ ନିୟମକୁ ମାସେ ପାଇଁ କୋହଳ କରିଛନ୍ତି । ଏହା ଆଜିଠାରୁ ମାସେ ଯାଏଁ ଦେଶର ୬୫ଟି ଟୋଲ ପ୍ଲାଜାରେ ବଳବତ୍ତର ରହିବ ।ଏହି ସବୁ ଟୋଲଗେଟରେ ଅତ୍ୟଧିକ ଟଙ୍କା କାରବାର ହେଉଥିବାରୁ NHAI ଏଭଳି ନିଷ୍ପତ୍ତି ନେଇଛି । ରାଜ୍ୟରେ ଥିବା ବିଭିନ୍ନ ଟୋଲପ୍ଲାଜା ମଧ୍ୟରୁ କଟକର ମଙ୍ଗୁଳି ଟୋଲଗେଟର ଫାସଟାଗ ଗେଟରେ ଟଙ୍କା ଦେଇ ଗାଡ଼ି ଯାଇପାରିବ । ଏନେଇ ବିଭାଗ ପକ୍ଷରୁ ସମ୍ପୃକ୍ତ ଆରଓଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ, ମନେ ରଖନ୍ତୁ ଏହା ଆଜିଠାରୁ ମାସେଯାଏଁ ଚଳିବ ।

ଆପଣଙ୍କର ଗାଡ଼ି ଅଛି କି ? ଫାସଟାଗ୍ କଣ ଜାଣନ୍ତୁ, ନହେଲେ ଡିସେମ୍ୱର ୧ରୁ ଟୋଲ୍ ଗେଟରେ ଦେବେ ୨ ଗୁଣା ନଗଦ

Leave a Reply