ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଡାକ୍ତରୀ ଛାତ୍ରୀଙ୍କ ପ୍ଲାଜ୍‌ମା ଦାନ, ସରକାର କଲେ ସାଲ୍ୟୁଟ୍‌

1 min read
Plasma Donor

କଟକ: କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ରାଜ୍ୟରେ ପ୍ରଥମ ମହିଳା ଭାବେ ପ୍ଲାଜ୍‌ମା ଦାନ କରିଛନ୍ତି ଜଣେ ଡାକ୍ତରୀ ଛାତ୍ରୀ । ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଏହି ଡାକ୍ତରୀ ଛାତ୍ରୀ ଜଣକ ପ୍ଲାଜ୍‌ମା ଦାନ କରିଛନ୍ତି ।

ଏସସବି ମେଡିକାଲ କଲେଜରେ ପାଠ ପଢ଼ୁଥିଲେ ମଧ୍ୟ ଏହି ଡାକ୍ତରୀ ଛାତ୍ରୀ ଜଣକ କରୋନା ସଂକ୍ରମିତ ହୋଇଥିଲେ । ସଂକ୍ରମିତ ହେବ ପରେ ତାଙ୍କୁ ଆଇସୋଲେସନ୍‌ରେ ରଖାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା କରାଯିବା ପରେ ସେ ସୁସ୍ଥ ହୋଇଥିଲେ ।

ଆଉ ସୁସ୍ଥ ହୋଇ ମେଡିକାଲରୁ ଫେରିବା ପରେ ସେ ଅନ୍ୟ କରୋନା ରୋଗୀଙ୍କ ପାଇଁ ପ୍ଲାଜ୍‌ମା ଦାନ କରିବେ ବୋଲି ସ୍ଥିର କରିଥିଲେ । ସେ ନିଜେ ପୂର୍ବରୁ କରୋନା ସଂକ୍ରମିତ ହୋଇଥିବା ବେଳେ ଆଉ ଜଣେ କରୋନା ରୋଗୀଙ୍କ ଦୁଃଖ ବୁଝିଥିଲେ । ତେଣୁ ସେ ସୁସ୍ଥ ହେବା ପରେ ସ୍ୱ ଇଚ୍ଛାରେ ପ୍ଲାଜ୍‌ମା ଦାନ କରିଛନ୍ତି । ତେବେ ପ୍ଲାଜ୍‌ମା ଦାନ କରିବାରେ ଏହି ଡାକ୍ତରୀ ଛାତ୍ରୀ ଜଣକ ହେଉଛନ୍ତି ରାଜ୍ୟରେ ପ୍ରଥମ ମହିଳା ।

ପ୍ଲାଜ୍‌ମା ଦାନ କରିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତାଙ୍କୁ ସାଧୁବାଦ ଦିଆଯାଇଛି । ଏମିତିକି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କର ଏଭଳି ପଦକ୍ଷେପ ପାଇଁ ସଲ୍ୟୁଟ୍‌ କରାଯାଇଛି ।

Leave a Reply